ଭୁବନେଶ୍ୱର: ନୂଆସାହି, ବାଲିଆପଟା, ରସୁଲଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇଟିଆର୍‌ କଲେଜର ଛନ୍ଦ୍ର ମାଧବ ପାତ୍ର, ସମ୍ମାନିତ ଅତିଥି ଶିକ୍ଷା ବିକାଶ ସମିତି, ଓଡ଼ିଶା ପୂର୍ବ ସମ୍ଭାଗର ସମ୍ପାଦକ ପଙ୍କଜ କୁମାର କର, ପ୍ରଧାନଆଚାର୍ଯ୍ୟ ଦୁଃଶାସନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କନିଷ୍ଠ, ଉପକନିଷ୍ଠ, ଶିଶୁ ବର୍ଗ, ବାଲ୍‌ ବର୍ଗ, କିଶୋର ବର୍ଗ ଆଦିରେ ୧୫୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେହିପରି ଗଣିତ, ସଂସ୍କୃତି ଜ୍ଞାନ, ବିଜ୍ଞାନ ପ୍ରଶ୍ନ ମଞ୍ଚରେ ୫୦ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଭାପତି ସରୋଜ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ଯୁବ ଉଦ୍ୟୋଗୀ ତଥା ସମାଜସେବୀ ରୁଦ୍ର ନାରାୟଣ ସାମନ୍ତରାୟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମ୍ପାଦକ ବିଜୟ କୁମାର ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସୁପ୍ରଭା ବାରିକ ବିବରଣୀ ପାଠ କରିଥିଲେ। ପରିଚାଳନା ସମିତିର ଉପସଭାପତି ମମତା ନାୟକ, ସଦସ୍ୟ ସୁଶାନ୍ତ ରାଉତରାୟ, କୋଷାଧ୍ୟକ୍ଷ ବିଜୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଚନ୍ଦ୍ର ଶେଖର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ସାଂସ୍କୃତିକ ପ୍ରମୁଖ ଗୁନମଞ୍ଜରୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।