ଭୁବନେଶ୍ବର: ଅନ୍ଲାଇନ ଖାଦ୍ୟ ବିତରଣରେ ପାଦ ଥାପିଛି ‘ସ୍କୁପି’। ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଅବସରରେ ସଂସ୍ଥାର ବ୍ୟବସାୟିକ ମୁଖ୍ୟ ଦିଲ୍ଲୀପ ଭୂୟାଁ କହିଥିଲେ, ପ୍ରଥମ କରି ଓଡ଼ିଶାରେ ‘ସ୍କୁପି’ ନାମକ ଏକ ଅନ୍ଲାଇନ୍ ଖାଦ୍ୟ ବିତରଣ ସଂସ୍ଥା ଖୋଲା ଯାଇଛି। ପୂର୍ବରୁ ଲୋକମାନେ ବାହାର ରାଜ୍ୟର କମ୍ପାନି ମାଧ୍ୟମରେ ଖାଦ୍ୟ ସାମଗ୍ରୀ ମଗାଉଥିଲେ। ଯେଉଁଥିରେ ନାନା ପ୍ରତିବନ୍ଧକ ରହୁଥିଲା। କିନ୍ତୁ ‘ସ୍କୁପି’ରେ ଜଣେ ଗ୍ରାହକ କୌଣସି ପ୍ରକାର ସମସ୍ୟା ସାମ୍ନା କରିବ ନାହିଁ। ଏଥିରେ କେବଳ ଖାଦ୍ୟ ସାମଗ୍ରୀର ଦର ବ୍ୟତୀତ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଦେୟ ନିଆଯିବ ନାହିଁ। ଗ୍ରାହକ ସ୍ମାର୍ଟଫୋନ୍ରେ ପ୍ଲେ’ ଷ୍ଟୋରରୁ ‘ସ୍କୁପି’ ଆପ୍ ଡାଉନଲୋଡ୍ କରି ସେଥିରେ ଖାଦ୍ୟ ମଗାଇ ପାରିବେ। ନଚେତ୍ କଲ୍ କରି ମଧ୍ୟ ଖାଦ୍ୟ ମଗାଇ ହେବ। ଖାଦ୍ୟ ମଗାଇବା ପାଇଁ ନିର୍ଦ୍ଦିଷ୍ଟ କିଛି ଦରର ସୀମା ନାହିଁ। ଜଣେ ବ୍ୟକ୍ତି ଚାହିଲେ ୧ଶହ ଟଙ୍କା ମଧ୍ୟରେ ଖାଦ୍ୟ ମଗାଇ ପାରିବେ।
ବର୍ତ୍ତମାନ ଭୁବନେଶ୍ବରରୁ ପ୍ରାୟ ୩ଶହ ରେସ୍ତୋରାଁରୁ ‘ସ୍କୁପି’ର ଗ୍ରାହକ ଖାଦ୍ୟ ମଗାଇ ପାରିବେ। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଚେଷ୍ଟା ଜାରି ରହିଥିବା ଶ୍ରୀ ଭୂୟାଁ କହିଛନ୍ତି। ଏଥିସହ ସାଧାରଣବର୍ଗ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ‘ସ୍କୁପି’ ଖାଦ୍ୟ ପହଞ୍ଚାଇବାରେ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ସଂସ୍ଥାର ଉଦ୍ୟୋକ୍ତା ଅବନୀ ପାଢ଼ୀ କହିଛନ୍ତି।