ବାଣ ଫୁଟି ଜଳିଗଲା ସ୍କୁଟି, ବାପ ଝିଅ ଗୁରୁତର

Advertisment

ମାମୁ ଘରୁ ବାଣ ନେଇ ଆସୁଥିବା ବେଳେ ହଠାତ ବିସ୍ଫୋରଣ ପରେ ଜଳିଗଲା ସ୍କୁଟି। ଏଥିରେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ‌ହେଉଛନ୍ତି ଟଙ୍କପାଣି ଅଞ୍ଚଳର ପର୍ଶୁରାମ ଲେଙ୍କା ଓ ସ୍ନେହାଙ୍ଗିନୀ ଲେଙ୍କା।

ମାମୁ ଘରୁ ବାଣ ନେଇ ଆସୁଥିବା ବେଳେ ହଠାତ ବିସ୍ଫୋରଣ ପରେ ଜଳିଗଲା ସ୍କୁଟି। ଏଥିରେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ‌ହେଉଛନ୍ତି ଟଙ୍କପାଣି ଅଞ୍ଚଳର ପର୍ଶୁରାମ ଲେଙ୍କା ଓ ସ୍ନେହାଙ୍ଗିନୀ ଲେଙ୍କା।

sfsfccxxccx

ଭୁବନେଶ୍ବର: ମାମୁ ଘରୁ ବାଣ ନେଇ ଆସୁଥିବା ବେଳେ ହଠାତ ବିସ୍ଫୋରଣ ପରେ ଜଳିଗଲା ସ୍କୁଟି। ଏଥିରେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ‌ହେଉଛନ୍ତି ଟଙ୍କପାଣି ଅଞ୍ଚଳର ପର୍ଶୁରାମ ଲେଙ୍କା ଓ ସ୍ନେହାଙ୍ଗିନୀ ଲେଙ୍କା। ସୂଚନା ଅନୁସାରେ ବାପ ଝିଅ ଜଟଣୀସ୍ଥିତ ମାମୁଘରକୁ ଯାଇ ବାଣ ନେଇ ଆଜି ସନ୍ଧ୍ୟାରେ ଫେରୁଥିଲେ। ଜୟଦେବ ବିହାର ଓଭରବ୍ରିଜ୍ ଉପରେ କୌଣସି କାରଣରୁ ବାଣ ବ୍ୟାଗ୍‌ରେ ନିଆଁ ଲାଗିଯାଇଥିଲା। ଫଳରେ ବା‌ପ ଝିଅ ତଳେ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ସ୍କୁଟିଟି ସଂପୂର୍ଣ୍ଣ ଜଳି ଯାଇଛି।

ସହିଦନଗର ଥାନା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧ‌ାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଦୁଇ ଜଣ ଭୁବନେଶ୍ବରୁ କଟକ ଅଭିମୁଖେ ଯାଉଥିବା ବେଳେ ଓକାକ ସାମ୍ନାରେ ଥିବା ଫ୍ଲାଏ ଓଭର୍‌ରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଗଲା। ଆଉ ଦେଖୁ ଦେଖୁ ସ୍କୁଟି ଜଳିବାକୁ ଲାଗିଲା। ବାଣ ଫୁଟିବା ପରେ କିଛି ଦରଫୁଟା ବାଣ ସବୁ ରାସ୍ତା ସାରା ବିଛେଇ ପଡିଥିଲା। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe