ଭୁବନେଶ୍ୱର: ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୁକୂଲ୍ୟରେ ନୂଆପଡ଼ାସ୍ଥିତ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭିନ୍ନକ୍ଷମ ମହିଳାଙ୍କୁ ତିନି ଚକିଆ ସ୍କୁଟି ବିତରଣ କରାଯାଇଛି। ନିବେଦିତା କର୍ମଜୀବୀ ମହିଳା ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ବବିତା ପ୍ରଧାନଙ୍କୁ ସ୍କୁଟି ପ୍ରଦାନ କରିଥିଲେ। ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ଟୋକିଓ ସହରରେ ହେବାକୁ ଥିବା ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କରିସ୍ମା ଦାସଙ୍କୁ ବୋର୍ଡ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଭିନ୍ନକ୍ଷମଙ୍କୁ ସ୍କୁଟି ବିତରଣ
/sambad/media/post_attachments/wp-content/uploads/2018/07/social-welfare-board.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)