ଖଣ୍ଡଗିରି: ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଖଣ୍ଡଗିରି ଟ୍ରାଫିକ୍ ଛକରେ ଏକ ସ୍କର୍ପିଓ ଧକ୍କାରେ ପ୍ରଦୀପ କୁମାର ବେହେରା(୨୭) ନାମକ ଜଣେ କର୍ତ୍ତବ୍ୟରତ ଟ୍ରାଫିକ୍ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଓ ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ସୂଚନାନୁସାରେ ଖଣ୍ଡଗିରି ଟ୍ରାଫିକ୍ ଛକରେ ରାତି ଡିଉଟି କରୁଥିଲେ ପ୍ରଦୀପ। ଏତିକିବେଳେ ବରମୁଣ୍ଡାରୁ ଖଣ୍ଡଗିରି ଦିଗରେ ଆସୁଥିବା ଏକ ସ୍କର୍ପିଓ(ଓଆର୍୦୨ବିଟି-୨୩୭୯) ହଠାତ୍ ଟ୍ରାଫିକ୍ ସଂକେତ ନ ମାନି ଛକରେ ବୁଲାଇଥିଲା ଓ ଦ୍ରୁତବେଗରେ ଖଣ୍ଡଗିରି ପାହାଡ଼ ଆଡ଼କୁ ମାଡ଼ି ଯାଇଥିଲା। ପ୍ରଦୀପ ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କଲାବେଳେ ଚାଳକ ତାଙ୍କ ଆଡ଼କୁ ଗାଡ଼ି ମଡ଼ାଇଦେଇଥିଲା। ପ୍ରଦୀପ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିବାବେଳେ ସ୍କର୍ପିଓ ଚାଳକ ଭୁଲ୍ ପାର୍ଶ୍ୱରେ ଗାଡ଼ିକୁ ନେଇ ଆଇଗିଣିଆ ଆଡ଼କୁ ପଳାଇଥିଲା। କିନ୍ତୁ ଅନ୍ୟ ଟ୍ରାଫିକ୍ ପୁଲିସ ତାକୁ ଗୋଡ଼ାଇ ଗୋଡ଼ାଇ ଆଇଗିଣିଆ ଛକରେ ଅଟକାଇଥିଲେ। ଚାଳକ ରଶ୍ମିକାନ୍ତ ସାମନ୍ତରାୟଙ୍କୁ ଥାନାରେ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/arjun-traffic-police.jpg)