ଭୁବନେଶ୍ୱର: ପାହାଳ ନିକଟରେ ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଶହ ଶହ ଘର ଜଳବନ୍ଦୀ ହୋଇ ରହୁଛି। ଏନେଇ ବିଏମ୍ସିରେ ଅଭିଯୋଗ ହେବା ପରେ ଆଜି ବିଏମ୍ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଜୋନାଲ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ର ଏବଂ ଇଞ୍ଜିନିୟରିଂ ଟିମ୍ ସହ କ୍ଷେତ୍ର ପରିଦର୍ଶନ କରିବା ସମୟରେ ଜାଣିବାକୁ ପାଇଥିଲେ ଯେ, ପାହାଳରେ ଗଢ଼ି ଉଠିଥିବା ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ମାର୍ବଲ ଦୋକାନ, ଗାଡ଼ି ସୋ’ ରୁମ୍, ଆପାର୍ଟମେଣ୍ଟ ଏବଂ ଉଚ୍ଚ ଅଟ୍ଟାଳିକାଗୁଡ଼ିକ ଜାତୀୟ ରାଜପଥ-୧୬କୁ ସଂଯୋଗ କରି ଯେଉଁ ରାସ୍ତା ନିର୍ମାଣ କରିଛନ୍ତି ସେଥିରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିନାହାନ୍ତି। ଯେଉଁଥିପାଇଁ ଜାତୀୟ ରାଜପଥ ଏବଂ ଏହା କଡ଼ରେ ବହୁଥିବା ବର୍ଷା ଜଳ ନିଷ୍କାସନ ହୋଇ ନପାରି ଆବାସିକ ଅଞ୍ଚଳରେ ପଶୁଛି। ତେଣୁ ଏହି ପ୍ରତିଷ୍ଠାନଗୁଡ଼ିକୁ ତୁରନ୍ତ ସିଲ୍ କରିବା ସହ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଆଜିର କ୍ଷେତ୍ର ପରିଦର୍ଶନ ସମୟରେ ଜାଣିବାକୁ ମିଳିଛି ଏହି ପ୍ରତିଷ୍ଠାନଗୁଡ଼ିକ ଜାତୀୟ ରାଜପଥକୁ ରାସ୍ତା ସଂଯୋଗ ପାଇଁ ବିଡିଏ, ବିଏମ୍ସି କି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଅନୁମତି ନେଇନାହାନ୍ତି। ବେଆଇନ ଭାବେ ରାସ୍ତା ନିର୍ମାଣ କରିବା ସହ ପାଣି ନିଷ୍କାସନ ପାଇଁ ବାଟ ରଖିନଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।
ପାହାଳ ନିକଟରେ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରିବାକୁ ନିର୍ଦ୍ଦେଶ
ବର୍ଷା ପାଣି ନିଷ୍କାସନରେ ବାଧକ ସାଜିବା ମହଙ୍ଗା ପଡ଼ିଲା
/sambad/media/post_attachments/wp-content/uploads/2018/07/pahala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)