ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ପୂରା ବମିଖାଲ ଅଞ୍ଚଳକୁ ସିଲ୍ କରାଯାଇଛି। ସଂକ୍ରମିତ ଅଞ୍ଚଳ ଦର୍ଶାଇ ଏହି ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଛି। ଆଜି ଏହି ଅଞ୍ଚଳରେ ବ୍ୟାପକ ସଫେଇ କରାଯାଇଛି। ଏପରିକି ଗଳିକନ୍ଦିରେ ବିଶୋଧକ ସ୍ପ୍ରେ କରାଯାଇଛି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗ ସହାୟତାରେ ବିଶୋଧକ ସ୍ପ୍ରେ କରାଯାଇଥିଲା। ତିନିଟି ବଡ଼ ଫାୟାର ଟେଣ୍ଡର ଓ ଗୋଟିଏ ଛୋଟ ଫାୟାର ଟେଣ୍ଡର ସହାୟତାରେ ଜୟଦୁର୍ଗା ନଗର, ବମିଖାଲ ଝାରପଡ଼ା ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରାଯାଇଥିଲା। ନିକଟବର୍ତ୍ତୀ ଅଞ୍ଚଳରେ ବି ବିଶୋଧକ ସ୍ପ୍ରେ କରାଯାଇଥିଲା। ସବୁ ଗଳିକନ୍ଦିରେ, ଦୋକାନ, ଘର ମୁହଁରେ ଏହା ସ୍ପ୍ରେ କରାଯାଇଥିଲା। ସେହିପରି ଆଜି ସକାଳୁ ଏହି ଅଞ୍ଚଳରେ ଯାନ୍ତ୍ରିକ ସଫେଇ କରାଯାଇଥିଲା। ସଫେଇ ଗାଡ଼ି ବିଭିନ୍ନ ଓସାରିଆ ଗଳିରେ ପଶି ସଫେଇ କରିଥିଲା। ସଟ୍ଡାଉନ୍ ପାଇଁ କେତେକ ଅଞ୍ଚଳରେ ସଫେଇ କର୍ମଚାରୀ ଆସିନଥିବାରୁ ସେହି ସବୁ ସ୍ଥାନରେ ବି ଯାନ୍ତ୍ରିକ ସଫେଇ ହୋଇଥିଲା। ସିସିଡି ଗଳିରୁ କେନାଲ ରୋଡ, କେନାଲ ରୋଡରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଦୁର୍ଗା ମଣ୍ଡପରୁ ଡିସିବି ବ୍ୟାଙ୍କ ଛକ, ଡିସିବି ବ୍ୟାଙ୍କ ଛକରୁ ସିସିଡି ଗଳି ପର୍ଯ୍ୟନ୍ତ ଅଞ୍ଚଳରେ ସଫେଇ ହେବା ସହ ସଂଧ୍ୟାରେ ଫଗିଂ କରାଯାଇଛି।
ବମିଖାଲ ଅଞ୍ଚଳରେ ବିଶୋଧକ ସ୍ପ୍ରେ କଲା ବିଏମ୍ସି, ଗଳିକନ୍ଦିରେ ହେଲା ଯାନ୍ତ୍ରିକ ସଫେଇ
/sambad/media/post_attachments/wp-content/uploads/2020/04/bomikhal-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)