ଭୁବନେଶ୍ବର: ଦିନେ ଲୋକେ କହୁଥିଲେ, ଚାଷ କାମ ଯାହାର କେଡ଼େ ସୁଖ ତାହାର। ଏବେ କିନ୍ତୁ ଏହାର ସଂଜ୍ଞା ଓଲଟା ହୋଇଯାଇଛି। ଚଷା ପୁଅ ବିଲରେ ଖଟିଲେ ଲୋକଙ୍କ ମୁହଁକୁ ଆହାର ଯାଏ। କିନ୍ତୁ ସେଇ ଚଷା ପୁଅକୁ ହିଁ ହୀନିମାନ ହେବାକୁ ପଡ଼େ। କେବେ ସେ ମହାଜନର ଶୋଷଣର ଶିକାର ହୁଏ ତ କେବେ ସରକାରୀ ଭେଳିକି ଭିତରେ ଫସିଯାଏ। ଦୁନିଆକୁ ଅନ୍ନ ଯୋଗାଇ ନିଜେ ଦିନ ଦରିଦ୍ର ଭଳି ଜୀବନ ବଞ୍ଚେ। କୃଷକ ଏ ଦେଶର ଅସଲ ଶକ୍ତି ବୋଲି ଗାନ୍ଧୀ କହୁଥିଲେ ହେଁ ଆଜି ଏ କଥାର ମର୍ମ ବୁଝୁଛି କିଏ? ଏହିଭଳି ଏକ ମୌଳିକ କଥାବସ୍ତୁ ଆଧାରରେ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ଦ୍ବିତୀୟ ଗାନ୍ଧୀ’। ବିଦ୍ୟାକନକ ସୃଜନାନୁଷ୍ଠାନର ନାଟ୍ୟ ମହୋତ୍ସବ ଅବସରରେ ମଂଚସ୍ଥ ହୋଇଥିଲା ଏହି ନାଟକ। ଚଷା ପୁଅକୁ ପରାଧୀନତାର ବଳୟରୁ ମୁକାଳିବା ପାଇଁ ଦ୍ବିତୀୟ ଗାନ୍ଧୀର ଆବଶ୍ୟକତା ସମ୍ପର୍କରେ ବାର୍ତା ଦେଇଥିଲା ଏହି ନାଟକ। ବେଲପାହାଡ଼ର ମିରର ଥିଏଟରର ଶିଳ୍ପୀବୃନ୍ଦ ଏହାକୁ ମଂଚସ୍ଥ କରିଥିଲେ। ରଚନା ସହ ନିର୍ଦେଶନା ଦେଇଥିଲେ ସୁବାସ ଚନ୍ଦ୍ର ପ୍ରଧାନ। ସନ୍ତୋଷ, ଗୌରୀଶଙ୍କର, ପରମେଶ୍ବର, ସୁଶାନ୍ତ, ସରୋଜ, ଲବ, କାହ୍ନା, ତ୍ରିଲୋଚନ, ବିନୟ, ସମୀର, ଅନିଲ, ସବିତା, ସୋନିଆ, ସୁବାସିନୀ ପ୍ରମୁଖ ଅଭିନୟ କରିଥିଲେ। ଆଜିର ଏହି ନାଟକ ପରିବେଷଣ ପୂର୍ବ ସଭାରେ ଅଭିନେତ୍ରୀ ମନିଦୀପା ମଲ୍ଲିକଙ୍କୁ ‘ବିଦ୍ୟା କନକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଅଭିନେତା ତଥା ନିର୍ଦେଶକ ଅଜିତ ଦାସ, ରୋଟାରିଆନ ଶାନ୍ତନୁ ପାଣି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ସୁଧାକର ପତ୍ରୀ ଏବଂ ଶୁଭକାନ୍ତ ପାଢ଼ୀ ଉପସ୍ଥିତ ଥିଲେ। ଆସନ୍ତାକାଲି ଏହି ନାଟ୍ୟ ମହୋତ୍ସବ ଅବସରରେ ଭଂଜ କଳାମଣ୍ଡପରେ ନାଟକ ‘ପାର୍କ’ ମଂଚସ୍ଥ ହେବ।
‘ଦ୍ବିତୀୟ ଗାନ୍ଧୀ’ ନାଟକରେ ଚଷା ପୁଅର ବ୍ୟଥା
/sambad/media/post_attachments/wp-content/uploads/2019/05/Untitled-18-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)