ଦ୍ବିତୀୟ ଜୟଦେବ ସାହିତ୍ୟ ଉତ୍ସବ

ଭୁବନେଶ୍ଵର: ମାସିକ ଖବରକାଗଜ ‘ଶାନ୍ତିସ୍ତୂପ’ ଆନୁକୂଲ୍ୟରେ ଦ୍ବିତୀୟ ଜୟଦେବ ସାହିତ୍ୟ ଉତ୍ସବ ଧଉଳି ଗାର୍ଡେନ୍‌ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି, ଶିକ୍ଷାବିତ୍‌ ବିଧୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା, ପ୍ରମୋଦ ପାଢ଼ୀ ଓ ଉମାଦେଈ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଶାନ୍ତିସ୍ତୂପର ଶାରଦୀୟ ସଂଖ୍ୟା ଓ କବି ସନ୍ତୋଷ ପଟ୍ଟନାୟକଙ୍କ ରଚିତ ‘ମେଘଦୂତମ’, ‘ପ୍ରୀତିପୁଷ୍ପା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରେ ବିଶିଷ୍ଟ ସଂଳାପକାର ରଜନୀ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଦିଲ୍ଲୀପ ବିଶ୍ବାଳ, ସୌଦାମିନୀ ବେହେରା, କମଳିନୀ ମଲ୍ଲିକ, ଭଗବାନ ସାହୁ, ଅଭିମନ୍ୟୁ ନାୟକ, ଅଧ୍ୟାପିକା ଶୁଦ୍ଧାଞ୍ଜଳି ସାହୁ, ଦେବେନ୍ଦ୍ର ସେନାପତି, ରାମହରି ମହାରଣା, ମୁରଲୀଧର ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶାନ୍ତିସ୍ତୂପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ଧନ୍ୟବାଦ ଦେଇଥିଲେ। ତାପସ ରଞ୍ଜନ ମଲ୍ଲିକ, ବିଶ୍ବଜିତ ସାମନ୍ତରାୟ, ଲକ୍ଷ୍ମଣ ଜେନା, ଦୀପକ ସ୍ଵାଇଁ, ବନ୍ଦନା ମିଶ୍ର, ଅଙ୍କିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର