ଭୁବନେଶ୍ୱର: ‘ମିରର୍’ ଓ ‘ଏକା’ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚର ସହଯୋଗରେ ଭଞ୍ଜକଳା ମଣ୍ଡପରେ ଚାଲିଥିବା ଷଷ୍ଠ ରାଷ୍ଟ୍ରୀୟ ଏକକ ନାଟକ ମହୋତ୍ସବ-୨୦୧୮ ‘ଏକା’ର ଆଜି ଥିଲା ଶେଷ ସନ୍ଧ୍ୟା। ଏହି ଶେଷ ସନ୍ଧ୍ୟାର ପ୍ରଥମ ନାଟକ ‘ଶଶି’ ଭୁବନେଶ୍ୱର ମ୍ୟାଜିକ୍ ଥିଏଟର୍ ଦ୍ୱାରା ପରିବେଷିତ ହୋଇଥିଲା। ଏହି ନାଟକର ବିଷୟବସ୍ତୁ ରହିଥିଲା ପିତା ମାତାଙ୍କ ସଂପର୍କ। ଏହି ସଂପର୍କ ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପଦ ବୋଲି ନାଟକରେ ବାର୍ତ୍ତା ଦିଆଯାଇଥିଲା। ଦ୍ୱିତୀୟ ନାଟକଟି ଥିଲା ପ୍ରୟାସ ଅନୁଷ୍ଠାନ ପକ୍ଷରୁ ‘ପୁକାର’ ନାଟକ। ଏଥିରେ ଦୁଷ୍କର୍ମ ପୀଡ଼ିତାର ଅନ୍ତର ବେଦନାକୁ ଚିତ୍ରଣ କରାଯାଇଛି। ଏଥିରେ ସମାଜର ମାନସିକତା, ପୀଡ଼ିତାର ଅକୁହା ବେଦନା ଓ ସାମାଜିକ ସଂସ୍କାର ବିଷୟ ଦର୍ଶକ ମାନଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଆଜିର ସଭାରେ ଅତିଥି ଭାବେ ଅଭିନେତା ଅଜିତ ଦାସ ଓ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଯୋଗ ଦେଇଥିଲେ। ମିରର୍ର ଉପଦେଷ୍ଟା ଅନନ୍ତ ମହାପାତ୍ର ଓ ସମ୍ପାଦକ ଶିବଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ପରିବେଷିତ ହେଲା ନାଟକ ‘ଶଶି’ ଓ ‘ପୁକାର’
ଏକକ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
/sambad/media/post_attachments/wp-content/uploads/2018/09/m3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)