ଘରୋଇ ସଂସ୍ଥାରୁ ଚୋରି କରି ସିକ୍ୟୁରିଟି ଗାର୍ଡ ଓ ଶ୍ରମିକ ଗିରଫ

ଭୁବନେଶ୍ବର : ୟୁନିଟ୍-୩ସ୍ଥିତ ପଣ୍ଡା ଇନ୍‌ଫ୍ରା ନାମକ ଏକ ଘରୋଇ ସଂସ୍ଥାରୁ ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ସଂସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ଓ ଶ୍ରମିକଙ୍କୁ ଗିରଫ କରିଛି। ସେମାନେ ହେଲେ, ଭଦ୍ରକ ଧାମନଗର ଅଞ୍ଚଳର ତୁଷାର ରଂଜନ ଦାସ(୩୫) ଓ ମୟୂରଭଞ୍ଜ ଅଞ୍ଚଳର ସୁଶାନ୍ତ ବେହେରା(୩୫)। ସିକ୍ୟୁରିଟି ଗାର୍ଡ ରଂଜନ ଓ ସୁଶାନ୍ତ ବିଭିନ୍ନ ସମୟରେ ସଂସ୍ଥାରୁ ପାଣିଟ୍ୟାପ୍‌, କବାଟ, ଲୁହା, ଆଲୁମିନିୟମ ଚ୍ୟାନେଲ୍‌ ନେଇ ବାହାରେ ବିକ୍ରି କରୁଥିଲେ। ଶନିବାର ସନ୍ଧ୍ୟା‌ରେ ସୁପରଭାଇଜର ଦୀପକ ପାତ୍ର ଏହା ଦେଖି ପୁଲିସକୁ ଜଣାଇଥିଲେ। ଖାରବେଳନଗର ଥାନା ପୁଲିସ ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର