ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା କିଟ୍‌

ଭୁବନେଶ୍ୱର: କରୋନାକୁ ଖାତିର ନ କରି ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଟିକିଟିଖି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସହାୟତାର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’। ସଙ୍ଗଠନ ପକ୍ଷରୁ ଆଜି ଜୟଦେବ ଭବନ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାଇଜର, ଗ୍ଲୋଭସ୍‍, ମାସ୍କ, ଆର୍ସେନିକ୍‍ ୩୦ଏଲ୍‍ବି, ସାନିଟାଇଜର, ପତଞ୍ଜଳି କାଢ଼ା ଆଦି ସୁରକ୍ଷା ଉପକରଣ ବିତରଣ କରାଯାଇଛି। ସଙ୍ଗଠନର ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି, ସେମାନଙ୍କ ମଧ୍ୟରୁ ଗଣମାଧ୍ୟମ ପ୍ରତିନିଧି ଅନ୍ୟତମ। ‌ଲୋକେ କିଭଳି କରୋନାରେ ଆକ୍ରାନ୍ତ ନ ହେବେ, ସେଥିପାଇଁ ସେମାନେ ସଚେତନତା ଜାରି ରଖିଛନ୍ତି। ଦିନ ରାତି ଏକ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମିସ୍ ଇଣ୍ଡିଆ ଇଲାଇଟ୍ ସମ୍ମାନ ପାଇଥିବା ମୈତ୍ରୀ ମୋନାଲି, ସଙ୍ଗଠନର ଲୋକ ସମ୍ପର୍କ ଅଧିକାରୀ ରାଜୀବ ନୟନ, ଗଗନ ପଇତାଲଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର