ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆ ମୌଜାରୁ ହଟିଛି ଜବରଦଖଲ। ଜବରଦଖଲରେ ଥିବା ପରିବା ଗୋଦାମ ଓ ଭଡା ଘରକୁ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ୍ ଭାଙ୍ଗିଛି। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିଥିବା ଏହି ଉଚ୍ଛେଦ ଅଭିଯାନରେ ୬ଟି ଆଜବେଷ୍ଟସ ଘର, ପାଚେରୀ ଏବଂ ଗୋଦାମ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ବିଡିଏ ସୂଚନା ମୁତାବକ, ଆଇଗିଣିଆରେ ଥିବା ଖାତା ନମ୍ବର ୨୭୭ର ପ୍ଲଟ୍ ନମ୍ବର ୩୪୮ରେ ସାଧାରଣ ପ୍ରଶାସନ(ଜିଏ) ବିଭାଗର ଜମି ରହିଛି। ଏହାକୁ ବନମାଳି ସୁଆଳ ସିଂ ଜବରଦଖଲ କରି ରଖିଥିଲେ। ସେ ଏଠାରେ ଏକ ଛାତ ଘର କରି ପରିବା ଗୋଦାମ କରିଥିଲେ। ୬ଟି ଆଜବେଷ୍ଟସ୍ ଘର କରି ୨ଟି ପରିବାରଙ୍କୁ ଭଡ଼ା ସୂତ୍ରରେ ଦେଇଥିଲେ। ଏହା ଜାଣିବା ପରେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ମାମଲା ରୁଜୁ କରିଥିଲା। ରାୟ ଜିଏ ବିଭାଗ ସପକ୍ଷରେ ଆସିବା ପରେ ଏଠାରୁ ଜବରଦଖଲ ଉଚ୍ଛେଦ କରିବାକୁ ଜିଏ ପକ୍ଷରୁ ବିଡିଏକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଡିଏ ଟିମ୍ ବିନା କୌଣସି ପୁଲିସ ସହାୟତାରେ ଏଠାରୁ ଜବରଦଖଲ ଉଚ୍ଛେଦ କରିଥିଲା। ଏହି ଉଚ୍ଛେଦରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ଲିଆସନ୍ ଅଫିସର ଶୁଭ୍ରାଶୁ ଶେଖର ମହାନ୍ତି, ସାଧାରଣ ପ୍ରଶାସନ ବିଭାଗର ସହନିର୍ଦ୍ଦେଶକ (ସର୍ଭେ ଓ ଏନଫୋର୍ସମେଣ୍ଟ) ଅମିୟ କୁମାର ଦାସଙ୍କ ସହ ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଉପସ୍ଥିତ ଥିଲେ।
ଆଇଗିଣିଆରୁ ହଟିଲା ଜବରଦଖଲ
ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆ ମୌଜାରୁ ହଟିଛି ଜବରଦଖଲ। ଜବରଦଖଲରେ ଥିବା ପରିବା ଗୋଦାମ ଓ ଭଡା ଘରକୁ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ୍ ଭାଙ୍ଗିଛି। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିଥିବା........
/sambad/media/media_files/2025/08/15/untitled-1-2025-08-15-08-00-02.jpg)