ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ବାରା ବଡ଼ଗଡ଼ ଥାନା ଅନ୍ତର୍ଗତ ବାସୁଆଘାଇ ମୌଜାରେ ହୋଇଥିବା ବେଆଇନ ଜବରଦଖଲ ହଟିଛି। ବାସୁଆଘାଇ ମୌଜା ଅନ୍ତର୍ଗତ ପ୍ଲଟ ନମ୍ବର-୩ର ଚାରିପଟେ ଗଢ଼ି ଉଠିଥିବା ବେଆଇନ ଜବରଦଖଲକୁ ବିଡିଏ ସଚିବଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଛି। ଏଥିରେ ୬ଟି ଆଜବେଷ୍ଟର୍ସ ନିର୍ମିତ ଦୋକାନ, ୨ଟି ଆଜବେଷ୍ଟର୍ସ ଘର ଓ ଗୋଟିଏ କ୍ୟାବିନ ମାଟିରେ ମିଶିଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୁଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୁଲିସ ମୁତୟନ କରାଯାଇଥିଲା। ଏହି ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ବିଡିଏ ଲିଆସନିଂ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ବଡ଼ଗଡ଼ ଥାନା ଅଧିକାରୀଙ୍କ ସମେତ ବିଡିଏର ୫ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉପସ୍ଥିତ ଥିଲେ।