ମହିଳାଙ୍କୁ ମଧ୍ୟ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଉ

ଭୁବନେଶ୍ୱର: ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘ସାମ୍ପ୍ରତିକ ସମାଜରେ ମହିଳାଙ୍କ ସୁରକ୍ଷା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ସଂଗଠନର ସଭାପତି ସବିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କିଡ୍‌ସ୍‌ର ଉପାଧ୍ୟକ୍ଷା ମମତା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲେଖିକା ଜୟନ୍ତୀ ପଢ଼ିଆରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ କଲେଜ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କୌଶଳ ଶିକ୍ଷା ପ୍ରଦାନ କରାଯିବା ଭଳି ମହିଳାମାନଙ୍କୁ ମଧ୍ୟ ସରକାରୀ ଭାବେ ଏଭଳି ଶିକ୍ଷା ପ୍ରଦାନର ସୁଯୋଗ ଦିଆଯିବା ଉଚିତ ବୋଲି ମତପ୍ରକାଶ ପାଇଥିଲା। ସଂଗଠନର ସମ୍ପାଦିକା ମମତା ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ନିଗ୍ଧା ମିଶ୍ର ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୀରା ରଥ, ଉର୍ମିଳା ରାଉତ, ଅର୍ଚ୍ଚନା ଜେନା, ପ୍ରଣତି ମିଶ୍ର ଓ ସୁଷମା ପରିଡ଼ା ପ୍ରମୁଖ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ସଭା ଶେଷରେ ଅନୁଷ୍ଠାନର ସଭ୍ୟାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର