ଭୁବନେଶ୍ବର: ଆଜି ଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ତେବେ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଚଳିତ ବର୍ଷ ରାଜ୍ୟ ସଂଗ୍ରହାଳୟରେ କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ। କିନ୍ତୁ ପିଲାମାନଙ୍କୁ ଆକ‌ର୍ଷିତ କରିବା ପାଇଁ ସଂଗ୍ରହାଳୟ ଭିତରେ ଏକ ସୁସଜ୍ଜିତ ସେଲ୍‌ଫି ଜୋନ୍‌ ଖୋଲାଯାଇଛି। ଏଥିସହ ବାହାରେ ଏକ ବିରାଟ ଡାଏନୋସର ଏବଂ ଭିତରେ ଦୁଇଟି ଛୋଟ ଛୋଟ ଡାଏନୋସର ତିଆରି କରାଯାଇଛି। ଯାହା ଶବ୍ଦ କରିବା ସହ ନିଜ ଶରୀରକୁ ଏପାଖ ସେପାଖ କରୁଛି। ଯାହାକୁ ଦେଖିବାକୁ ଆଜି ପିଲାମାନଙ୍କ ଭିଡ଼ ଜମିଥିଲା। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲଙ୍କ ସୂଚନାନୁସାରେ ପୂର୍ବ ଦିନ ଅପେକ୍ଷା ଆଜି ଅଧିକ ଲୋକେ ସଂଗ୍ରହାଳୟକୁ ବୁଲି ଦେଖିବା ପାଇଁ ଆସିଥିଲେ। ନିର୍ବାଚନ ପରେ ନୂଆ କରି ତିଆରି ହେଉଥିବା ଆଉ ୮ଟି ଗ୍ୟାଲେରି ଖୋଲିଲେ ଆହୁରି ଅଧିକ ଲୋକ ଆସିବେ।