ଭୁବନେଶ୍ୱର: ନିରୋଗ ହେବା ପାଇଁ ନିଜର ଧ୍ୟାନ ନିହାତି ଜରୁରୀ l ଫଳରେ ସୁସ୍ଥ ଜୀବନଶୈଳୀ ପାଇଁ ଆବଶ୍ୟକ ସୁସ୍ଥତର ଜୀବନଚର୍ଯ୍ୟା l ଏହି ବିଷୟକୁ ନେଇ ଜନ ମଙ୍ଗଳକାରୀ ଅନୁଷ୍ଠାନ ମମତା ଦ୍ୱାରା “Alternative Medicines: A Holistic Approach to Healing” ବିଷୟ ଉପରେ ଗୁରୁବାର ଦିନ ଭୁବନେଶ୍ଵରରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି | ଏହି ସେମିନାରରେ ସିୱାଇଏସଡିର ସହ- ସ୍ଥାପକ ଡ଼. ଜଗଦାନନ୍ଦ ଅଧ୍ୟକ୍ଷତା କରିଥିଲେ। “ମମତା”ର ଅଧ୍ୟକ୍ଷା ପ୍ରଫେସର ବିଜୟା ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ପ୍ରଫେସର ମଧୁମିତା ଦାସ ସେମିନାର ଶୀର୍ଷକ ଉପରେ ବିଷୟ ପ୍ରଦାନ କରିଥିଲେ।

Advertisment

ଡ. କସ୍ତୁରୀ ପଣ୍ଡା ଏହି ସେମିନାରର ପ୍ୟାନେଲ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ରର କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତ୍ରିଲୋକି ଏନ୍. ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l  ଅନ୍ୟାନ୍ୟ ଗରିମାମୟ ଅତିଥିମାନଙ୍କ ମଧ୍ୟରେ କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ସିଷ୍ଟର ବି.କେ. ଲୀନା, ସଂସୃଷ୍ଟିର ଅଧ୍ୟକ୍ଷା ପ୍ରଫେସର ଆଶା ହାନ୍ସ, ପୋଷ୍ଟଗ୍ରାଜୁଏଟ ଇନ୍‌ସ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ଏଡ୍ୟୁକେସନ୍ ଆଣ୍ଡ ରିସର୍ଚ୍ଚ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱରର ନିର୍ଦ୍ଦେଶିକା ଡ଼ଃ ସୁଜାତା ମିଶ୍ର, ପୂର୍ବତନ ନିର୍ଦ୍ଦେଶିକା ଡ଼ଃ ନିବେଦିତା ପାଣି ଏବଂ ଡ଼ଃ ରୀତା ଅଧିକାରୀ ଉପସ୍ଥିତ ଥିଲେ।

ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ଆଲୋପଥିକ୍ (ପାରମ୍ପରିକ) ଚିକିତ୍ସାର କେତେକ ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ, ଯଥା ବାନ୍ତିବୋଧ,  ଚର୍ମରେ ରାଶ୍, କ୍ଲାନ୍ତି ଆଦିରୁ ଆରମ୍ଭ କରି ଗୁରୁତର ଅଙ୍ଗକ୍ଷତି ପର୍ଯ୍ୟନ୍ତ। ଏହି ପରିପ୍ରେକ୍ଷିରେ ବିକଳ୍ପ ଚିକିତ୍ସା ପ୍ରଣାଳୀ ସାରା ବିଶ୍ୱରେ ଲୋକପ୍ରିୟ ହେଉଛି। ସେମାନେ କହିଥିଲେ ଯେ ବିକଳ୍ପ ଚିକିତ୍ସା ଶାରୀରିକ, ମାନସିକ ଓ ଭାବନାତ୍ମକ ପାର୍ଶ୍ୱକୁ ଏକତ୍ର ଭାବେ ଦେଖି ସମଗ୍ର ସ୍ୱାସ୍ଥ୍ୟ ସୁନିଶ୍ଚିତ କରେ। ଏଥିରେ ଆକ୍ୟୁପଙ୍କଚର୍, ଔଷଧିୟ ଉଦ୍ଭିଦ ଚିକିତ୍ସା, ଯୋଗ, ନେଚୁରୋପାଥି, ହୋମିଓପାଥି ପ୍ରମୁଖ ପ୍ରଚଳିତ ପ୍ରଣାଳୀକୁ ପାରମ୍ପରିକ ଚିକିତ୍ସା ସହ ସମନ୍ୱୟ କରି ଜୀବନଶୈଳୀର ସୁଧାର ମାଧ୍ୟମରେ ସମଗ୍ର ସୁସ୍ଥତାକୁ ପ୍ରୋତ୍ସାହନ ଦିଆଯାଏ।

ଏହି ଅବସରରେ “Laugh, Love and Live” ଶୀର୍ଷକ ସେମିନାରର ପ୍ରସିଡିଂସ୍ ଭଲ୍ୟୁମ୍ (MAMATA ଓ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର, ନ୍ୟୁ ହରାଇଜନ୍‌ଙ୍କ ସଂଯୁକ୍ତ ଆୟୋଜନ ଦ୍ଵାରା ଉନ୍ମୋଚିତ ହୋଇଥିଲା l ଡ଼ଃ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ରଚିତ “ମନେ ପଡେ ସେହି ଦିନର ବୋଷ୍ଟନ ଓ ବିଦେଶ ବୁଲା” ପୁସ୍ତକଟିକୁ ମୁଖ୍ୟ ଅତିଥି ମାନେ ଲୋକାର୍ପଣ କରିଥିଲେ। ପରିଶେଷରେ ଶ୍ରୀ ଦିଲ୍ଲୀପ ଦ୍ୱିବେଦୀ ଧନ୍ୟବାଦ ଜ୍ଞାପନ କରିଥିଲେ।