ଆପ୍ଟି ପ୍ଲସ୍‌ ଏକା‌ଡେମିରେ ସେମିନାର

ଭୁବନେଶ୍ବର: ଜୟଦେବବିହାରସ୍ଥିତ ଆପ୍ଟି ପ୍ଲସ୍‌ ଆଇଏଏସ୍‌ ଏକାଡେମିରେ ପ୍ରଶାସନିକ ସେବା ନିମନ୍ତେ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସେମିନାର୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ଭାରତୀୟ ପ୍ରଶାସନିକ ସେବାରେ ୨୬୯ ରୢାଙ୍କ୍‌ ରଖିଥିବା ଅନୁପ ଗର୍ଗ ଯୋଗ ଦେଇଥିଲେ। ‘ହାଓ ଟୁ ସ୍କୋର ହାଇ ଇନ୍‌ ୟୁପିଏସି’ ସେମିନାର୍‌ର ବିଷୟବସ୍ତୁ ଥିବା‌ବେଳେ ଶ୍ରୀ ଗର୍ଗ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି, ଉତ୍ତରଲିଖନ, ସମୟାନୁବର୍ତ୍ତୀ, ନିୟମିତ ପ୍ରଶ୍ନପତ୍ର ଅଭ୍ୟାସ ଆଦି ବିଷୟରେ ପରାମର୍ଶ ଦେଇଥିଲେ। ଏହାସହ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ‌ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରୁ ସେ କିଭଳି ଉପକୃତ ହୋଇଥିଲେ ସେ ବିଷୟରେ ନିଜର ଅଭିଜ୍ଞତା ବଖାଣିଥିଲେ।

ଉଲ୍ଲେଖଥାଉ କି, ଆପ୍ଟି ପ୍ଲସ୍‌ ଏକାଡେମିରେ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ନାମଲେଖା ଚାଲୁଅଛି। ଯେଉଁଥିରେ ଯୁକ୍ତ ଦୁଇ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ୩ବର୍ଷ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଏଥିସହ ସ୍ନାତକ ପାସ୍‌ କରିଥିବା ଏବଂ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ପାଠ୍ୟକ୍ରମ ରହିଛି। ଏହି ସମସ୍ତ ପାଠ୍ୟକ୍ରମରେ ପ୍ରିଲିମ୍‌ସ-ମେନ୍‌ସ ଉଭୟ ପାଇଁ ପାଠ୍ୟ ପୁସ୍ତକ ସହ ଲାଇବ୍ରେରି ସୁବିଧା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର