ଖଣ୍ଡଗିରି: ଶୁକ୍ରବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଓଡ଼ିଶା ଶିକ୍ଷା ବିକାଶ ସମିତି ଦ୍ବାରା ଆୟୋଜିତ ଏକ ସମାରୋହରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଧିତ କରାଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ୬୮ ଜଣଙ୍କୁ ଏହି ସମାରୋହରେ ପୁରସ୍କୃତ କରାଯାଇଛି। ଓଡ଼ିଶା ଶିକ୍ଷା ବିକାଶ ସମିତି ସଭାପତି ଡ. ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଡ. ଜାହାନ୍ ଆରା ବେଗମ୍ ମୁଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟା ଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ଡ. କିଶୋରଚନ୍ଦ୍ର ମହାନ୍ତି, ସଂଗଠନ ମନ୍ତ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତ, ସମ୍ପାଦକ ଲକ୍ଷ୍ମୀକାନ୍ତ ମହାରଣା, ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବର୍ଧିତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।
ମେଧାବୀଙ୍କୁ ଶିକ୍ଷା ବିକାଶ ସମିତିର ସମ୍ବର୍ଧନା
/sambad/media/post_attachments/wp-content/uploads/2019/06/Untitled-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)