‘ଚଲାପଥ’ ପକ୍ଷରୁ ଆଲୋଚନାଚକ୍ର: ପ୍ରବାସରେ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ହେଉ

ଭୁବନେଶ୍ୱର: ‘ଚଲାପଥ’ ପକ୍ଷରୁ ଜୟଦେବବିହାରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସମୟରେ ଭାଷା, ସାହିତ୍ୟ, ସଂସ୍କୃତିର ସଂକଟରେ ସାହିତ୍ୟ ସଂଗଠନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ କବି ନିରାକାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ବେଙ୍ଗାଲୁରୁ ଓଡ଼ିଆ ସାହିତ୍ୟ ସମାଜର ମୁଖ୍ୟ ତଥା ଇସ୍ରୋର ବରିଷ୍ଠ ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ପ୍ରବାସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା, ଅଭିବୃଦ୍ଧି ଓ ପ୍ରଚାର ପ୍ରସାର ଦିଗରେ ଓଡ଼ିଶାବାସୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଅନୁଷ୍ଠାନର ସଭାପତି ସାହିତ୍ୟିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରତିଷ୍ଠାତା ସଂପାଦକ ସାହିତ୍ୟିକ ହଳଧର ଧୀର, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ପଣ୍ଡା, ବେଙ୍ଗାଲୁରୁ ଓଡ଼ିଆ ସାହିତ୍ୟ ସମାଜର ସଂପାଦକ ତାପସରାଜ, ପ୍ରଶାସକ ତଥା କବି ଯୋଗେନ୍ଦ୍ର ନାୟକ, ସାରସ୍ୱତ ସମାଜର ପ୍ରତିଷ୍ଠାତା କବି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକା ବିଧୁପ୍ରଭା ରଥ, ପ୍ରଫେସର୍‌ ଭି. ରାଜେନ୍ଦ୍ର ରାଜୁ, ପ୍ରଫେସର୍‌ ନୃସିଂହ ଚରଣ ସାହୁ ଓ ପ୍ରାଧ୍ୟାପିକା ଝାନ୍‌ସୀ ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ବରିଷ୍ଠ କଥାକାର ବିଜୟ ନାୟକ, ପ୍ରଗତିବାଦୀର ସଂପାଦକ ବିରୁପାକ୍ଷ ତ୍ରିପାଠୀ ଓ ଡାକ୍ତର ହେମନ୍ତ କୁମାର ସାହୁ ଦିଗ୍‌ଦର୍ଶକ ଭାବେ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର