ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆଲୋଚନାଚକ୍ର: ସାହିତ୍ୟର ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଅନୁବାଦ ଜରିଆରେ ଭାରତୀୟ ସାହିତ୍ୟର ସମ୍ପର୍କ କ୍ରିୟାଶୀଳ ହେଉଛି। ସାହିତ୍ୟିକ ପରିବେଶ ନିର୍ମାଣରେ ଅନୁବାଦ ସେତୁ ଭାବେ କାର୍ଯ୍ୟ କରୁଛି। ସୁତରାଂ ଓଡ଼ିଆ ସାହିତ୍ୟ କୃତିଗୁଡ଼ିକରେ ବ୍ୟାପକ ଅନୁବାଦ ହେବା ଆବଶ୍ୟକ। ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚକମାନେ ସାହିତ୍ୟର ପାଠକୀୟ ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ବପୂର୍ଣ ବୋଲି ମତ ଦେଇଛନ୍ତି।

ଆଲୋଚନାରେ ବିଶିଷ୍ଟ ଅନୁବାଦକ କ୍ଷୀରୋଦ ପରିଡ଼ା ଯୋଗଦେଇ ଅନୁବାଦ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା, ଓଡ଼ିଶା ସାହିତ୍ୟରେ ଅନୁବାଦର ସ୍ଥିତି ଓ ଭବିଷ୍ୟତ ଉପରେ ନିଜର ମତ ରଖିଥିଲେ। ଏଥିରେ ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକ, ସରୋଜ ବଳ, ପ୍ରଦୀପ୍ତ ବାରିକ ଓ ପବିତ୍ର ମୋହନ କର ଅଂଶଗ୍ରହଣ କରିଥିଲେ। ‘ଏ ମାସର କଥାକାର’ ଭାବେ ଚିନ୍ମୟୀ ପଣ୍ଡା ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରିଥିବା ବେଳେ ଅଭୟ ନାରାୟଣ ନାୟକ ଓ ଇତିଶ୍ରୀ ପତିଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅମୀୟ କୁମାର ସାହୁ, ମିନତି ମିଶ୍ର, ସ୍ବପ୍ନା ମିଶ୍ର, ଶାକ୍ୟସିଂହ ମହାପାତ୍ର, ସୀତେଶ ତ୍ରିପାଠୀ, ଦେବେନ୍ଦ୍ର କୁମାର ବାଉରୀ, ଶୈଳେନ୍ଦ୍ର ଜେନା, ବିଧୁଭୂଷଣ ତ୍ରିପାଠୀ, ଅଲେଖ ନନ୍ଦୀ, ସୁମିତ୍ରା ବେହେରା, ମନମୋହନ ମିଶ୍ର, ସଞ୍ଜୁଲତା ମହାନ୍ତି, ପୀତାମ୍ବର ଭୋଇ, ବିରଞ୍ଚି ଶତପଥୀ, ନନ୍ଦକିଶୋର ବିଶ୍ବାଳ, ମିହିରକାନ୍ତ ଦାସ, ସବିତା ଶତପଥୀ, ସସ୍ମିତା ଶତପଥୀ, ବାସନ୍ତି ମହାନ୍ତି, ସ୍ବର୍ଣ୍ଣଲତା ମହାପାତ୍ର ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର