ଭୁବନେଶ୍ୱରରେ ଜାତୀୟ ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଆଲୋଚନାଚକ୍ର 

ଭୁବନେଶ୍ୱର: ରିଚ୍ ଓ କଳିଙ୍ଗ ଟିବି ସର୍ଭାଇଭର୍ ନେଟୱାର୍କର ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଦୁଇଦିନିଆ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ରାଜ୍ୟର ଚଉଦଗୋଟି ଜିଲ୍ଲାରୁ ତିରିଶି ଜଣ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ। ଦିଲ୍ଲୀ ରିଚ୍ ଅଫିସରୁ ଡକ୍ଟର କରବୀ ମଜମୁଦାର ଉପସ୍ଥିତ ରହି ଜାତୀୟ ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହିତ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୁଦ୍ର ପ୍ରସାଦ ପ୍ରଧାନ ନେତୃତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମକୁ ରିଚ୍ ର ଜିଲ୍ଲା ଅଧିକାରୀ ଡାକ୍ତର ରୀତା ସାହୁ ପରିଚାଳନା କରିଥିଲେ ଓ ରିଚ୍ ରାଜ୍ୟ ଅଫିସ ତରଫରୁ ଲଷ୍ମୀଧର ସିଂହ ସଂଯୋଜନା କରିଥିଲେ | ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜୟ ପ୍ରକାଶ ପ୍ରାମାଣିକ ଓ ସୁଶାନ୍ତ କୁମାର ମିଶ୍ର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର