ରାମକୃଷ୍ଣ ମିସନରେ ଆଲୋଚନାଚକ୍ର

ଭୁବନେଶ୍ବର: ରାମକୃଷ୍ଣ ମିସନ୍ ପରିସରରେ ‘ଭାରତରେ ଗଣତନ୍ତ୍ରର ଭବିଷ୍ୟତ’ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ବାମୀ ଆତ୍ମପ୍ରଭାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ବିଜୟକୃଷ୍ଣ ମିଶ୍ର ଯୋଗ ଦେଇ କହିଥିଲେ ଯେ ଭାରତୀୟ ଗଣତନ୍ତ୍ରରେ ଯଦିଓ କିଛି ‌ଦୋଷ ତ୍ରୁଟି ରହିଯାଇଛି ଏହାକୁ ସଂଶୋଧନ କରି ପାରିଲେ ଏହା ହିଁ ଭାରତ ପାଇଁ ଶୁଭପ୍ରଦ ହେବ। ସ୍ବାମୀ ଅଦ୍ବୟାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରମେଶ୍ବର ଧଳ ଧନ୍ୟବ‌ାଦ ଦେଇଥିଲେ।

ଭୁବନେଶ୍ବର ଆଇଆଇଟିର ପ୍ରଫେସର ପାର୍ଥ ଦେ ସଭ‌ାକାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବୃନ୍ଦାବନ ପଣ୍ଡ‌ା, ରମେଶ ପ୍ରଧାନ, ଜିତେନ୍ଦ୍ର ରଣା, ଅଭିମନ୍ୟୁ ନାୟକ, ଗୋଲକ ନାୟକଙ୍କ ସମେତ ବ୍ରହ୍ମ‌ାନନ୍ଦ ଛାତ୍ରାବାସର ଛାତ୍ରମ‌ାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର