ଶ୍ରୀଚୈତନ୍ୟ ଦର୍ଶନ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ବର: ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ ଭାରତୀୟ ଦାର୍ଶନିକ ଅନୁସନ୍ଧାନ ପରିଷଦର ମିଳିତ ଆନୁକୂଲ୍ୟରେ ଉତ୍କଳପୀଠ ତରଫରୁ ଶ୍ରୀଚୈତନ୍ୟ ଦର୍ଶନ ତଥା ଅନ୍ୟାନ୍ୟ ଭାରତୀୟ ଦର୍ଶନ ସହ ଏହାର ସମ୍ବନ୍ଧ ବିଷୟରେ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ବିଶ୍ବବିଦ୍ୟାଳୟର ସି.ଏନ୍ ରାଓ ସଭାଗୃହରେ ଉଦ୍‌ଘାଟିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଜି.ଏସ୍.ଆର୍ କୃଷ୍ଣମୂର୍ତ୍ତିଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାକୁ ସ୍ୱାମୀ ନାରାୟଣ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ସାଧୁ ଭଦ୍ରେଶ ଦାସ ଉଦ୍‌ଘାଟନ କରିଥିଲେ।

ବେଙ୍ଗାଲୁରୁ ପୂର୍ବପ୍ରଜ୍ଞା ବିଦ୍ୟାପୀଠର ପୂର୍ବତନ ଅଧ୍ୟକ୍ଷ ଦାର୍ଶନିକ ହରିଦାସ, ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଦିଲ୍ଲୀସ୍ଥିତ ଭାରତୀୟ ଦାର୍ଶନିକ ଅନୁସନ୍ଧାନ ପରିଷଦର ସଦସ୍ୟ ସଚିବ ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀଚୈତନ୍ୟଙ୍କର ଦର୍ଶନକୁ ଅଦ୍ୱୈତ ବେଦାନ୍ତ, ବିଶିଷ୍ଟ ଦୈତ ବେଦାନ୍ତ, ଚୈତ ବେଦାନ୍ତ, ଚୈତା ଦ୍ୱୈତ ବେଦାନ୍ତ, ଶୁଦ୍ଧା ଦୈତ ବେଦାନ୍ତ ପ୍ରଭୃତି ବେଦାନ୍ତ ଦର୍ଶନ ସହିତ ତୁଳନା କରି ଚୈତନ୍ୟ ପ୍ରବର୍ହିତ ଅଚିନ୍ୟଭେଦାଭେଦ ବେଦାନ୍ତ ବିଷୟରେ ଆଲୋଚନା କରିଥିଲେ। ଉତ୍କଳ ପରିଷଦର ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା ସ୍ବାଗତ ଭାଷଣ ଓ ଉତ୍କଳପୀଠର ଉପଦେଷ୍ଟା ରାଧାଗୋବିନ୍ଦ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର