‘ଜାତିସଂଘ ଓ ୟୁକ୍ରେନ’ ଶୀର୍ଷକ ଆଲୋଚନାଚକ୍ର

କନଷ୍ଟିଚ୍ୟୁସନ କ୍ଲବରେ ଇଂ ସୂର୍ଯ୍ୟ ରଥ ସମ୍ମାନିତ

ଭୁବନେଶ୍ବର: ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ‘ଜାତିସଂଘ ଓ ୟୁକ୍ରେନ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ମାନବାଧିକାର କମସନର ଆନ୍ତର୍ଜାତିକ ନିର୍ଦ୍ଦେଶକ ଡ. ଅଭିନ୍ନ ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୁଖ୍ୟ ଅତିଥି, ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଶରତ ଚନ୍ଦ୍ର ପ୍ରଧାନ, ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ନରେଶ ବଂଶଲ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାନବାଧିକାର ବକ୍ତା ଖ୍ରୀଷ୍ଟିଆନ ବସ୍‌ମ୍ୟାନ, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ପ୍ରଫେସର ଯଯାତି ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ସମାଜର ସଭାପତି ବିପିନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଆନ୍ତର୍ଜାତିକ ସଂସ୍ଥା ବିଶ୍ବ ମାନବାଧିକାର ସୁରକ୍ଷା କମସନଙ୍କ ପକ୍ଷରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଂ ସୂର୍ଯ୍ୟ ରଥଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର