ଭୁବନେଶ୍ୱର: କଳିଙ୍ଗ ନାଟ୍ୟ ସଂଘ ପକ୍ଷରୁ ବିଜୁ ନାଟ୍ୟକେନ୍ଦ୍ରରେ ‘ଓଡ଼ିଆ ନାଟକରେ ଆମେ କେଉଁଠି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଧୀର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଆକାଶ ଦାସ ନାୟକ, ଏକାମ୍ର ବିଧାୟକ ବାବୁ ସିଂହ, ନାଟ୍ୟକାର ପୂର୍ଣ୍ଣ ମଲ୍ଲିକ, ନାଟ୍ୟକାର ରାଜୀବ ପାଣି, ନାଟ୍ୟ ନିର୍ଦ୍ଦେଶକ ଦିଲେଶ୍ୱର ମହାରଣା ଓ ହେମନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ରରେ ଓଡ଼ିଆ ନାଟକ ପରିବେଷଣ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ପ୍ରତ୍ୟେକ ନାଟ୍ୟାନୁଷ୍ଠାନ ପାଇଁ ସରକାରଙ୍କ ତରଫରୁ ମାଗଣାରେ ୪ ଡିସିମାଲ ଜମି ଯୋଗାଣ, ପ୍ରତ୍ୟେକ ସବ୍ଡିଭିଜନ୍ରେ ପ୍ରେକ୍ଷାଳୟ ପ୍ରତିଷ୍ଠା, ଅନୁଷ୍ଠାନଗୁଡ଼ିକୁ ନିୟମିତ ଭାବରେ ବାର୍ଷିକ ଅନୁଦାନ ପ୍ରଦାନ ଭଳି ପ୍ରସଙ୍ଗ ଉପସ୍ଥାପନା କରାଯାଇଥିଲା। ଏହା ସହ ନାଟକର ପ୍ରଚାର ଓ ପ୍ରସାର ପାଇଁ ଭ୍ରାମ୍ୟମାଣ ଥିଏଟର ଗଠନ କରିବା ପାଇଁ ମତାମତ ପ୍ରକାଶ ପାଇଥିଲା। ଏଥିରେ ବିଧାୟକ ଆକାଶ ଦାସ ନାୟକ ଓ ବିଧାୟକ ବାବୁ ସିଂହ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଭୁବନେଶ୍ୱରରେ ଏକ ଉନ୍ନତ ମାନର ନାଟ୍ୟମଣ୍ଡପ ଓ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ସଂଘ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ମିଶ୍ର, ଭଜ ମହାନ୍ତି , ପ୍ରଦୀପ ବିଶ୍ୱାଳ, ପ୍ରତାପ ରାଉତ, ଚିତ୍ତ ଶତପଥୀ, ପ୍ରସନ୍ନ କୁମାର ମିଶ୍ର, ଶତ୍ରୁଘ୍ନ ସାମଲ, ପ୍ରଶାନ୍ତ ମହାପାତ୍ର, ରଞ୍ଜନ ନାୟକ, ଦେବଦତ୍ତ ପତି ପ୍ରମୁଖ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ। ମୁକୁଳ ଶତପଥୀ ମଞ୍ଚ ପରିଚାଳନା କରିଥିଲା ବେଳେ ସମ୍ପାଦକ ସତ୍ୟ ଜେନା ଧନ୍ୟବାଦ ଦେଇଥିଲେ।
କଳିଙ୍ଗ ନାଟ୍ୟସଂଘ ପକ୍ଷରୁ ଆଲୋଚନାଚକ୍ର
କଳିଙ୍ଗ ନାଟ୍ୟ ସଂଘ ପକ୍ଷରୁ ବିଜୁ ନାଟ୍ୟକେନ୍ଦ୍ରରେ ‘ଓଡ଼ିଆ ନାଟକରେ ଆମେ କେଉଁଠି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଧୀର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ...
/sambad/media/media_files/2025/08/11/untitled-11-2025-08-11-06-37-27.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)