ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବି କଲେ ବରିଷ୍ଠ ନାଗରିକ ସଂଘ

ଭୁବନେଶ୍ୱର : ମାସିକ ବାର୍ଦ୍ଧକ୍ୟ ଭତ୍ତା ଅତିକମରେ ୧ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ସେମିଲିଗୁଡ଼ା ବରିଷ୍ଠ ନାଗରିକ ସଂଘ। ସଂଘର ସଭାପତି ବିଜୟ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସେମିଲିିଗୁଡା ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ ଯୁଗଳ କିଶୋର ସାହୁ ଏହି ଦାବି ଉପସ୍ଥାପନ କରିଛନ୍ତି। ଏହା ସହ ବରିଷ୍ଠ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଏବଂ ବସଭଡାରେ ୫୦ ପ୍ରତିଶତ ରିହାତି ଦେବାକୁ ସେ ଦାବି ଜଣାଇଛନ୍ତି। ଉକ୍ତ ଉତ୍ସବରେ ପଟାଙ୍ଗି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗି ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ସୁବିଧା ସୁଯୋଗ ପାଇଁ ସରକାର ତତ୍ପର ଥିବା ପ୍ରକାଶ କରିଥିଲେ। ଏହି ଅବସରରେ ରଘୁରାମ ପଡାଲ, ଶୁଭଶ୍ରୀ ମଲ୍ଲିକ, ଅଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଂଘ ସମ୍ପାଦକ ରଘୁନାଥ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରତାପ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ଆଖପାଖ ଅଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର