ଖଣ୍ଡଗିରି: ବରିଷ୍ଠ ନାଗରିକମାନେ ଅନେକ ସମୟରେ ନିଜକୁ ଅଲୋଡ଼ା ମଣନ୍ତି। ହେଲେ ସେମାନେ ସମାଜର ଶ୍ରେଷ୍ଠ ସମ୍ପଦ। ସେମାନଙ୍କୁ ଏହି କଥା ଅନୁଭବ କରିବାକୁ ହେବ। କେ-୮ କଲ୍ୟାଣ ମଣ୍ଡପରେ ଆୟୋଜିତ ବରିଷ୍ଠ ନାଗରିକ ଫୋରମ୍ର ୬ଷ୍ଠ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।
ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ୬୦ ବର୍ଷ ଅବସରର ବୟସ ନୁହେଁ। ୬୦ ବର୍ଷ ପରର ୨୦ ବର୍ଷ ଟି-୨୦ ଖେଳାଳି ଭଳି ବଞ୍ଚିବାକୁ ଚେଷ୍ଟା କରିବାକୁ ହେବ। ସେହିଭଳି ସେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ବିଷୟରେ କହିଥିଲେ, ସ୍ୱାଧୀନତା ପରର ବାପାମାନେ ସଫଳ ହୋଇଛନ୍ତି। ସେମାନଙ୍କ ସନ୍ତାନଙ୍କୁ ମଧ୍ୟ ସଫଳତାର ସ୍ୱାଦ ଚଖାଇବାକୁ ବିଦେଶ ପଠାଇ ଦେଇଛନ୍ତି। ତେଣୁ ସବୁ ସଫଳ ସନ୍ତାନ ଯଦି ବିଦେଶ ଯିବେ ତେବେ ଓଡ଼ିଶାକୁ ସଫଳ କିଏ କରିବ ବୋଲି ପ୍ରଶ୍ନ କରିଥିଲେ। ସବୁ ଯୋଗ୍ୟ ବିଦେଶରେ ଥିବାରୁ ଓଡ଼ିଶା ଏବେ ଅଧା ଯୋଗ୍ୟ ଓ ଅଯୋଗ୍ୟଙ୍କ ହାତରେ। ବରିଷ୍ଠମାନେ ଓଡ଼ିଶା ପାଇଁ କିଛି କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
କେ-୮ ବରିଷ୍ଠ ନାଗରିକ ଫୋରମ୍ର ବାର୍ଷିକୋତ୍ସବ
ସମ୍ମାନିତ ଅତିଥିଭାବେ ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି କହିଥିଲେ, ବରିଷ୍ଠ ନାଗରିକମାନେ ପରିବାରକୁ ପଛରେ ପକାଇ ମାତୃଭୂମି ପାଇଁ କାମ କରନ୍ତି। ତେଣୁ ବୟସର ଅପରାହ୍ନରେ ସେମାନଙ୍କୁ ଏକାକୀତ୍ୱ ମାଡ଼ି ବସେ। ଏଭଳି ସମୟରେ ନିଜକୁ ବ୍ୟସ୍ତ ରଖିବା ଆବଶ୍ୟକ। କାର୍ଯ୍ୟକ୍ରମରେ ସଭାପତି ଗିରିଜା ପ୍ରସାଦ ମହାପାତ୍ର ସଭାପତିତ୍ବ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ସାୟାହ୍ନ’ ଲୋକାର୍ପିତ ହୋଇଥିଲା। ବରିଷ୍ଠ ନାଗରିକ ହରୀଶଚନ୍ଦ୍ର ମହାପାତ୍ର, ଅନୁସୟା ଦାସ, ପ୍ରତିଷ୍ଠାତା ସଭାପତି ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ବର୍ଗତ ଅରକ୍ଷିତ ସାମଲ, ଗୌରଚନ୍ଦ୍ର ନାୟକଙ୍କ ପାଇଁ ଶୋକସଭା ଆୟୋଜିତ ହୋଇଥିଲା। କିଶୋର ଚନ୍ଦ୍ର ସ୍ବାଇଁ, ପଦ୍ମନାଭ ମହାପାତ୍ର ଅତିଥି ପରିଚୟ ଦେଇଥିଲେ। ପତ୍ରିକା ପ୍ରକାଶନ ଓ ସମ୍ପାଦନାରେ ଦେବଦତ୍ତ ମହାନ୍ତି, ଦାଶରଥୀ ସାହୁ, ପ୍ରହଲ୍ଲାଦ ପଣ୍ଡା, ପ୍ରମୋଦ କୁମାର ଶତପଥୀ ସହଯୋଗ କରିଥିଲେ। ନିହାରିକା ମିଶ୍ର ଜଗନ୍ନାଥ ପ୍ରାର୍ଥନା ଗାୟନ କରିଥିବାବେଳେ, ଗୋବର୍ଦ୍ଧନ ହାତୀ, ବିଦ୍ୟୁତ୍ପ୍ରଭା ତ୍ରିପାଠୀ, ପଦନ ମହାପାତ୍ର ମାନପତ୍ର ପାଠ କରିଥିଲେ। ସମ୍ପାଦକ ଦାଶରଥି ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଜିତ୍ ମହାନ୍ତି ଧନ୍ୟବାଦ ଦେଇଥିଲେ। ଜଗନ୍ନାଥ ରାଓ, ଚନ୍ଦ୍ରକାନ୍ତ ଦାସ ମହାପାତ୍ର, ବିରଞ୍ଚି ନାରାୟଣ ଧଳ, ସରୋଜ କୁମାର, ଗଣପତି ପଣ୍ଡା ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/19/HG0jRExO3Rr9jEgvb2Q8.jpg)