ଭୁବନେଶ୍ୱର: କର୍ମମୟ ଜୀବନ ୬୦ ବର୍ଷରୁ ସରୁଥିଲେ ମଧ୍ୟ ଅସଲ ଜୀବନ ଏହା ପରେ ଆରମ୍ଭ ହୁଏ। ତେଣୁ ଏହି ସମୟରେ ନିଜକୁ ଶାରିରୀକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିବା ଆବଶ୍ୟକ। ପରିବାର ସହିତ ନିଜକୁ ଖୁସି ପାଇଁ ମଧ୍ୟ ଖର୍ଚ୍ଚ କରିବା ଉଚିତ୍। ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ‘ହେଲ୍ପଏଜ୍ ଇଣ୍ଡିଆ’ ପକ୍ଷରୁ ରେଡ୍କ୍ରସ୍ ଭବନ ପରିସରରେ ଆୟୋଜିତ ‘ବୟସ୍କମାନେ ନେତୃତ୍ୱ ନିଅନ୍ତି, ବୟସ୍କମାନେ ମୂଲ୍ୟବାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ଅନୁପ କୁମାର ଦାସ, ‘ଏଲଡର ଲାଇନ୍ ୧୪୫୬୭’ର ପ୍ରୋଜେକ୍ଟ ମ୍ୟାନେଜର ବିକାଶ ଜୈନ, ‘ଏସିଆନ୍ ଏଜ୍’ ରାଜ୍ୟ ପ୍ରତିନିଧି ଅକ୍ଷୟ କୁମାର ସାହୁ, ‘ବ୍ରାଣ୍ଡ ସ୍କେପ୍ସ ଵାଲଡ୍ଵାଇଡ୍’ର ଉପସଭାପତି ଶାଶ୍ୱତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଔପନାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ମାରାଥନ ଧାବକ ଦୁଃଖିଶ୍ୟାମ ପାଢ଼ୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ପ୍ରୋଗାମ ମ୍ୟାନେଜର୍ ରଞ୍ଜୟ ଦାସ ଧନ୍ୟବାଦ ଦେଇଥିଲେ।
‘ହେଲ୍ପଏଜ୍ ଇଣ୍ଡିଆ’ ପକ୍ଷରୁ ବରିଷ୍ଠ ନାଗରିକ ଦିବସ
କର୍ମମୟ ଜୀବନ ୬୦ ବର୍ଷରୁ ସରୁଥିଲେ ମଧ୍ୟ ଅସଲ ଜୀବନ ଏହା ପରେ ଆରମ୍ଭ ହୁଏ। ତେଣୁ ଏହି ସମୟରେ ନିଜକୁ ଶାରିରୀକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିବା ଆବଶ୍ୟକ। ପରିବାର ସହିତ....
/sambad/media/media_files/2025/09/27/untitled-20-2025-09-27-07-43-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)