ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଆଲୋଚନାଚକ୍ର ପୁରୁଣା ଭୁବନେଶ୍ୱର ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ରର ମୁରବିମାନେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପଣ୍ଡିତ ରଘୁନାଥ ମହାପାତ୍ର ଓ ସହିଦ ପଦ୍ମନାଭ ଛୋଟରାୟଙ୍କ ସ୍ମୃତିଚାରଣ କରିଥିଲେ। ସେମାନଙ୍କ ସ୍ମୃତି ରକ୍ଷା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବେ ବୋଲି ସଭିଏଁ ମତ ରଖିଥିଲେ। ସଂଗଠନର ସଭାପତି ଅମୀୟ ଦାଶ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଲିଙ୍ଗରାଜ ସାହୁ ଏହାକୁ ସଂଯୋଜନା କରିଥିଲେ।

Advertisment

ଅତିଥି ଭାବେ ସ୍ତମ୍ଭକାର ଭାଗିରଥୀ ମହାସୁଆର, ପୃଥିବୀକାନ୍ତ ମହାପାତ୍ର, ଭାଗିରଥୀ ମହାପାତ୍ର, ଗଜେନ୍ଦ୍ର ବଡ଼ୁ, ଗୋସାଗରେଶ୍ୱର ମୁରବି ରବୀନ୍ଦ୍ର ନାଥ ପ୍ରଧାନ, ଜାଗମରା ଗ୍ରାମ କମିଟି ସଭାପତି ରମେଶ ଚନ୍ଦ୍ର ଜେନା, ବରମୁଣ୍ଡା ଗ୍ରାମ କମିଟି ସଭାପତି ଉପେନ୍ଦ୍ର ପାଇରାୟ, ସୁନ୍ଦରପଦା ମୁରବି ଗନ୍ଧର୍ବ ଜେନା, ବଡ଼ୁ ନିଯୋଗ ପୂର୍ବତନ ସମ୍ପାଦକ ଜିତେନ ବଟୁ, ପ୍ରତାପ କୁମାର ମହାନ୍ତି, ବେଣୁଧର ପାତ୍ର, ସନ୍ତୋଷ ସାମନ୍ତରାୟ, ରତିକାନ୍ତ ବଟୁ, ପ୍ରଶାନ୍ତ ବଟୁ, କାର୍ତିକ ଚନ୍ଦ୍ର ଜେନା, ନରେନ୍ଦ୍ର ନାଥ ସାହୁ, ପ୍ରଭାତ କୁମାର ଦଳବେହେରା, ଅଜୟ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ସହିଦଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ଗୋପାଳ ବଟୁ ଧନ୍ୟବାଦ ଦେଇଥିଲେ। ପରେ ସବୁ ମୁରବିଙ୍କ ସମେତ ଶତାଧିକ ଯୁବକ ଏକ ଶୋଭାଯାତ୍ରାରେ ବଢ଼େଇବାଙ୍କ ଛକ ନିକଟରେ ପହଞ୍ଚି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇ ମଞ୍ଚ ଉପରେ ଜାତୀୟ ପତାକା ଉଡ଼ାଇଥିଲେ। ଏହି ଅବସରରେ ବିଭିନ୍ନ କଳାକାରଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ପରିବେଷଣ କରାଯାଇଥିଲା। ଏହାକୁ ଶକ୍ତି ପ୍ରସାଦ ସାହୁ, ଅନିକେତ ବଟୁ, ଅଜୟ ସାହୁ, ବାଲାଜୀ ମହାନ୍ତି, ନିର୍ମଳ ମୁଦୁଲି, ଭୁବନ ପ୍ରଧାନ, ଅଜୟ କୁମାର ପ୍ରହରାଜ, ପ୍ରଶାନ୍ତ କୁମାର କାଣ୍ଡି, ସୌମେନ୍ଦ୍ର କୁମାର ମହାପାତ୍ର, ଅଜୟ ଜେନା, ଚିନ୍ମୟ ପ୍ରଧାନ, ଶିବ ପ୍ରସାଦ ଶ୍ରୀଚନ୍ଦନ, ସୁବ୍ରତ ସାମନ୍ତରାୟ, ପ୍ରମୁଖ ପରିଚାଳନା କରିଥିଲେ।