ଭୁବନେଶ୍ବର: ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଖଣ୍ଡଗିରିର ବାର୍ଷିକ ଉତ୍ସବ ବୁଧବାର ମହା ଆଡ଼ମ୍ବରରେ ପାଳିତ ହୋଇଛି। ବୁଧବାର ଓ ଗୁରୁବାର ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଶାସକ ତଥା ପ୍ରତିଷ୍ଠିତ ଲେଖକ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରଥମ ଦିନରେ ମଣ୍ଟେସରିଠାରୁ ଆରମ୍ଭ କରି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲା ନିଜ କଳା ଦକ୍ଷତାର ପରିଚୟ ଦେଇଥିଲେ। ପିଲାଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅବିଭାବକ ତଥା ନିମନ୍ତ୍ରିତ ଅତିଥିଙ୍କ ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହାକୁ ମନଭରି ଉପଭୋଗ କରିଥିଲେ। ଉତ୍ସବର ଦ୍ବିତୀୟ ଦିନରେ ସପ୍ତମରୁ ଦ୍ବାଦଶ ଶ୍ରେଣୀ ପିଲା ଅଂଶଗ୍ରହଣ କରିବେ। ‘ସମନ୍ବୟ-୨୦୧୮’ ନାମରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ଉତ୍ସବ ସଭାପତି ରାଜ୍ ଚୌହ୍ବାନ, ପ୍ରବନ୍ଧକ ବିବେକ ଭୂୟାଁ, ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ମଲ୍ଲ, ଉପାଧ୍ୟକ୍ଷା ମାୟା ଦେବୀ ଅଗସଗେକର ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି। କୁନି କୁନି ପିଲାମାନେ ଓଡ଼ିଶୀ ସହ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥିଙ୍କ ମନ ମୋହିଥିଲେ।
ସେଣ୍ଟ ଜାଭିୟର୍ସରେ ସମନ୍ବୟ-୨୦୧୮
/sambad/media/post_attachments/wp-content/uploads/2018/12/Untitled-15-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)