ଭୁବନେଶ୍ବର: ପ୍ରବାସୀ ଭାରତୀୟ ଆସିବା ପୂର୍ବରୁ ଅଶାନ୍ତ ‌ହୋଇ ଉଠିଛି ରାଜଧାନୀ। ବସ୍ତିରେ ଆତଙ୍କ ଖେଳାଇବାକୁ ଯାଇ କିଛି ଯୁବକ ହଳଦୀପଡ଼ିଆ ବସ୍ତି‌‌ରେ ସିରିଜ ବୋମାମାଡ଼ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୋମାମାଡ଼ ଯୋଗୁଁ ଏକ ଘରୋଇ ସ୍କୁଲ ବସ୍‌ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଦୁଇ ନାବାଳକ ଆହତ ହୋଇଛନ୍ତି। 

Advertisment

ଏନେଇ ପୁଲିସ ମୁହଁ ଖୋଲୁ ନଥିଲେ ମଧ୍ୟ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍‌ ସମୟରେ ୪ରୁ ୬ ଜଣ ଯୁବକ ତିନୋଟି ବାଇକରେ ହଳଦୀପଡ଼ିଆ ବସ୍ତିସ୍ଥିତ ତ୍ରିନାଥ ମନ୍ଦିର ନିକଟକୁ ଆସିଥିଲେ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଘରୋଇ ସ୍କୁଲ ବସ୍‌କୁ ଲକ୍ଷ କରି ଦୁଇଟି ବୋମା ମାଡ଼ କରିଥିଲେ। ପରେ ଯୁବକମାନେ ସେଠାରୁ ଚାଲି ଯାଇଥିଲେ। ବୋମା ମାଡ଼ରେ ବସ୍‌ର କାଚ ଭାଙ୍ଗି ଯାଇଥିବା ବେ‌ଳେ ପାଖରେ ଛିଡ଼ା ହୋଇଥିବା ଦୁଇ ନାବାଳକ ଆରିୟା ଓ ଶଙ୍କର ଆହତ ହୋଇଥି‌ଲେ। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକମା‌ନେ ଘଟଣାସ୍ଥଳକୁ ଆସି ଦୁଇ ନାବାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।