ଭୁବନେଶ୍ୱର: ଏକାମ୍ର ହାଟ ସମ୍ମୁଖରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ରାତିରେ ଏକ କ୍ରେଟା କାର ଏକାମ୍ର ହାଟ ସମ୍ମୁଖରେ ଯାଉଥିବା ସମୟରେ ଦୁର୍ଘଟଣା ଘଟାଇଥିଲା। ଏହି ଦୁର୍ଘଟଣାରେ କାର୍‌ ପଛକୁ କାର୍‌ ପିଟି ହେବାରୁ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ସିରିଜ୍‌ ଦୁର୍ଘଟଣାରେ ୩ଟି ଦାମୀ କାର ଭାଙ୍ଗି ଚୁର୍‌ମାର ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଖାରବେଳ ନଗର ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣା ଘଟାଇଥିବା କ୍ରେଟା କାର୍‌କୁ ଜବତ କରିବା ସହିତ ଏସ୍‌.ଏନ୍‌ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଗାଡି ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗ କରିଛନ୍ତି ଲୋକେ।