ସଚିବାଳୟ ମାର୍ଗରେ ସିରିଜ୍‌ ଦୁର୍ଘଟଣା ୪ ଆହତ, ଚାଳକ ଅଟକ

ଆରବିଆଇ ଶୁଣୁନି, କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଲେଖିଲା ଚିଠି

ଭୁବନେଶ୍ବର: ସଚିବାଳୟ ମାର୍ଗରେ ଆଜି ରାତି ପ୍ରାୟ ୯ଟା ବେଳେ ଜଣେ ନିଶାସକ୍ତ ଚାଳକ(ରବି)ଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ୪ ଜଣ ଆହତ ହୋଇଛନ୍ତି। ଚାଳକ ଜଣଙ୍କ ଏଭଳି ଗାଡ଼ି ଚଳାଇଥିଲେ ଯେ ୩/୪ଟି ଗାଡ଼ିକୁ ଧକ୍କା ଦେବା ପରେ ଡିଭାଇଡର୍‌ରେ ପିଟି ହୋଇ ଅଟକି ଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସୂଚନା ମୁତାବକ, ରବି ଏଜି ଛକ ଟ୍ରାଫିକ୍‌ ପଟୁ ଦ୍ରୁତ ଗତିରେ ସଚିବାଳୟ ମାର୍ଗ ଆଡ଼କୁ ମାଡ଼ି ଚାଲିଥିଲେ। ତାଙ୍କୁ ନିଶା ଏତେ ଚଢ଼ି ଯାଇଥିଲା ଯେ, ସାମ୍ନାରେ ଯେଉଁ ଗାଡ଼ି ପଡ଼ିଥିଲା ତାଙ୍କୁ ଧକ୍କା ଦେଇଥିଲେ। ୩-୪ଟି ବାଇକ୍‌ ଓ ଅଟୋକୁ ଧକ୍କା ଦେବା ପରେ ଶେଷରେ କାର୍‌ଟି ଡିଭାଇଡର୍‌ରେ ‌ପିଟି ହୋଇଯାଇଥିଲା। ଦୁର୍ଘଟଣା ଦେଖି ସେଠାରେ ଥିବା ଲୋକମାନେ ଆହତମାନଙ୍କୁ ଉଦ୍ଧାର କରିବା ସହିତ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲସ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଜବତ କରିବା ସହ ଚାଳକକୁ ଗିରଫ କରି ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର