ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଚୋରି ହୋଇଛି। ସିସିଟିଭିରେ କଏଦ ହୋଇଛି ରାତିରେ ଆପାର୍ଟମେଣ୍ଟରେ ଚୋର ପଶୁଥିବାର ଚିତ୍ର।

Advertisment

ଘରେ କେହି ନଥିବାର ସୁଯୋଗ ନେଇ ୩ଟି ଫ୍ଲାଟରୁ ଲୁଟ୍ କରିଛନ୍ତି ଲୁଟେରା। ଗୋଟିଏ ଫ୍ଲାଟୁର ୬ ମୁଦି, ୧୦ ସୁନା ଚେନ୍, ୮ଟି ସୁନା ଲକେଟ୍, ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୩ଟି ଫ୍ଲାଟରୁ ମୋଟ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ପାହାଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିି ଘର ମାଲିକଙ୍କୁ ପଚରାଉଚରା କରିଛି।।