ଭୁବନେଶ୍ବର : ୫୦ ହଜାର ଟଙ୍କା ଦିଅ ପୁଣି ଡ୍ୟୁଟି କର। କୌଣସି ଅସୁବିଧା ହେବ ନାହିଁ। ଏମ୍ସ ଠିକା ସଂସ୍ଥାର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ଛଟେଇ ଠିକା ଶ୍ରମିକମାନେ। ଲାଞ୍ଚ ମାଗିବା ନେଇ ସେମାନେ ଏମ୍ସ ଅଧୀକ୍ଷକ ଏବଂ ଠିକା ସଂସ୍ଥାକୁ ପ୍ରବନ୍ଧକଙ୍କୁ ଜଣାଇଲେ ମଧ୍ୟ କୌଣସି ଲାଭ ହେଉନଥିବା କହିଛନ୍ତି।
/sambad/media/post_attachments/wp-content/uploads/2022/08/Aiims-750x430.jpg)
ସେମାନେ କହିଛନ୍ତି, କୋଭିଡ୍ ସମୟରେ ଯେଉଁ ସଫେଇ କର୍ମଚାରୀ, ଆଟେଣ୍ଡାଣ୍ଟମାନଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନିତ କରାଯାଉଥିଲା, ପରବର୍ତ୍ତୀ ସମୟରେ ସାମାନ୍ୟ କଥାରେ ସେମାନଙ୍କୁ ଛଟେଇ କରାଯାଇଛି। ଏପରିକି ଯେଉଁ ସମୟରେ କୋଭିଡ୍ ରୋଗୀ, ମରଶରୀରକୁ କେହି ଛୁଉଁନଥିଲେ ସେ ସମୟରେ ସେମାନେ କର୍ତ୍ତବ୍ୟ ପାଳନ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ବିନା ନୋଟିସରେ କାମରୁ ବାହାର କରି ଦିଆଯାଉଛି। କୌଣସି ଆଇନଗତ ସମସ୍ୟା ସମ୍ମୁଖୀନ ଆଶଙ୍କାରେ ଲିଖିତ ଭାବରେ କାର୍ଯ୍ୟରୁ ବାହାର କରୁ ନାହାନ୍ତି ବରଂ ବିନା ଦରମାରେ ଛୁଟିରେ ଯିବାକୁ କହୁଛନ୍ତି। ଅଧିକାଂଶ ସମୟରେ ସୁପରଭାଇଜରମାନେ ଧମକ ସହିତ ଅଶ୍ଳୀଳ ଗାଳିଗୁଲଲଜ କରୁଛନ୍ତି।
ଛଟେଇ ହୋଇଥିବା ପ୍ରୀତିକା କହନ୍ତି, ଅସୁସ୍ଥ ହେବାରୁ ସେ ଛୁଟିରେ ରହିଥିଲେ। ଏନେଇ ସେ ସୁପରଭାଇଜରଙ୍କୁ ଜଣାଇଥିଲେ। ମାତ୍ର ଡ୍ୟୁଟିକୁ ଆସିବା ବେଳକୁ ତାଙ୍କୁ ମନା କରି ଦିଆଯାଇଥିଲା। ରଘୁନାଥ, ତ୍ରିନାଥ ୯ ବର୍ଷ ହେଲା ଏହି ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟ ସାମାନ୍ୟ କଥାରେ ଦେଢ଼ ବର୍ଷ ହେଲା ବାହାର କରି ଦିଆଯାଇଛି। ୪୦ ବର୍ଷିୟା ବିଧବା ମମତାଙ୍କ ଚାକିରି ଚାଲିଯିବା ପରେ ଯୁକ୍ତ ଦୁଇ ପଢୁଆ ଝିଅକୁ କେମିତି ପଢ଼ାଇବେ ସେହି ଚିନ୍ତାରେ ଥିବା କହିଛନ୍ତି। ଏଣେ ଲୋକନାଥ କାଣ୍ଡିଙ୍କୁ ନିଜ ଭିନ୍ନକ୍ଷମ ଭାଇଙ୍କ ଚିନ୍ତା ଘାରିଛି। ଛଟେଇ ହୋଇଥିବା ପ୍ରାୟ ୧୦ରୁ ଅଧିକ କର୍ମଚାରୀ ଏହିଭଳି ନିଜ ସମସ୍ୟା ଆଜିର ଆନ୍ଦୋଳନ ବେଳେ କହିଥିଲେ। ବିଧାୟକ ସୁରେଶ ରାଉତରାୟ ମଧ୍ୟ ଦାବିକୁ ସମର୍ଥନ କରି ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/aiims-ff.jpg)