ଭୁବନେଶ୍ବର: ଗତ ୨ ତାରିଖରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନାବାଳକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ, ଭରତପୁରର ବାଦଲ ପାଢ଼ୀ(୧୩)। ଆଜି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ୫୦ରୁ ଊର୍ଧ୍ୱ ସମର୍ଥକ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୁଲିସ ଏହି ମାମଲାରେ ସମ୍ପୃକ୍ତି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଛି। ଏଣେ ମୃତକଙ୍କ ସମର୍ଥକ ଗୋଷ୍ଠୀ ଭରତପୁର ବଜାରରେ ଗୋଟିଏ ଦୋକାନ ଜାଳି ଦେଇଛନ୍ତି। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ, ସେହି ଅଞ୍ଚଳର କେତେକ ଯୁବକଙ୍କ ସହ ବାଦଲଙ୍କର ଶତ୍ରୁତା ରହିଥିଲା। ୨ତାରିଖ ସନ୍ଧ୍ୟାରେ ବାଦଲ ଛକକୁ ଆସୁଥିବା ବେଳେ ୪ଜଣ ଯୁବକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ।
ଆକ୍ରମଣରେ ଗୁରୁତର ନାବାଳକଙ୍କ ମୃତ୍ୟୁ: ଥାନାରେ ଉତ୍ତେଜନା, ଦୁଇ ଅଟକ
ଦୋକାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ
/sambad/media/post_attachments/wp-content/uploads/2020/09/shfsfhsfhsfhsfhsfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)