ସଙ୍ଗିନ ହେଲାଣି ଝାରପଡ଼ା ଜେଲ୍ ସ୍ଥିତି, ୭ ବର୍ଷରୁ କମ୍ ସଜା ମାମଲାର କଏଦୀଙ୍କୁ ଜାମିନ ପାଇଁ ଆବେଦନ

ଭୁବନେଶ୍ବର: ଝାରପଡ଼ା ଜେଲରେ କଏଦୀ କ୍ଷମତା ସଂଖ୍ୟା ୭୫୦ ଥିବା ବେଳେ ଆଜି ହଜାରେ ଟପି ଯାଇଛି। ଏଭଳି ସ୍ଥିତିରେ କଏଦୀଙ୍କୁ ମୁକୁଳାଇବା ପାଇଁ ଅଣ୍ଟା ଭିଡ଼ିଛି ଜେଲ୍ ବିଭାଗ। ୭ ବର୍ଷରୁ କମ୍ ସଜା ଥିବା ମାମଲାରେ କଏଦୀଙ୍କୁ ଜାମିନ ପ୍ରଦାନ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ଏହାକୁ ମଞ୍ଜୁର କଲେ ସେହି କଏଦୀମାନେ ମୁକୁଳି ପାରିବେ। ସେହିପରି ରାଜ୍ୟର ବିଭିନ୍ନ ଜେଲରେ ୪୯୦ ଜଣ କଏଦୀଙ୍କୁ ଜାମିନ ମିଳିସାରିଥିଲେ ମଧ୍ୟ ସେମାନେ ମୁକୁଳି ପାରୁନାହାନ୍ତି।

ଜାମିନ୍‌ ସର୍ତ୍ତ ପୂରଣ କରି ପାରୁ ନଥିବାରୁ ଜେଲରୁ ବାହାରି ପାରୁନାହାନ୍ତି। ତେଣୁ ସେହି ଜାମିନଗୁଡ଼ିକ ପୁନର୍ବିଚାର କରାଗଲେ ସେମାନେ ଜେଲରୁ ମୁକୁଳି ପାରିବେ ବୋଲି କୋର୍ଟଙ୍କୁ ଅନୁରୋଧ କରାଯାଇଥିବା ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ୩୦ଟି ଜିଲ୍ଲାର ପ୍ରାୟ ୭୦ରୁ ୮୦ କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ କରାଯାଇଛି। ଯଦି କେହି କଏଦୀ କରୋନା ଆକ୍ରାନ୍ତ ହୁଅନ୍ତି, ତାହେଲେ ସେଠାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର