ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ, ମୋଟ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ । ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି । ଆଜି ପାଂଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ । ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ ନମୁନା ପରୀକ୍ଷା କରାଯିବ । ମୋଟ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ଆରଏମଆରସି ଓ ବିଏମସିର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଉଛି । କୋଭିଡ଼ ଗାଇଡ଼ଲାଇନକୁ ମାନି ପରୀକ୍ଷା କରାଯାଉଥିବା ବିଏମସି କମିସନର କହିଛନ୍ତି । ନମୁନା ସଂଗ୍ରହ ବେଳେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ୨ ପଯ୍ୟାୟରେ ଭୁବନେଶ୍ୱରରେ ହେବ ସେରୋଲୋଜିକାଲ ଟେଷ୍ଟ । ପ୍ରଥମ ପଯ୍ୟାୟ ପାଇଁ ୧୦ରୁ ୧୨ ଦିନ ଲାଗୁଥିବା ବେଳେ ଦ୍ୱିତୀୟ ପଯ୍ୟାୟ ପରୀକ୍ଷା ୨୮ ଦିନ ପରେ କରାଯିବ । ସର୍ଭେ ପାଇଁ ଏବେ ସୁଧା ୫ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ଆରଏମଆରସିର ୭ରୁ ୧୦ ସଦସ୍ୟ ଅଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସିରୋଲୋଜିକାଲ ଟେଷ୍ଟ । ଯାହା କରୋନା ଆକ୍ରାନ୍ତଙ୍କ ପୁରୁଣା ସଂକ୍ରମଣ ବାବଦରେ ତଥ୍ୟ ଦେବ । ଜାଣନ୍ତୁ ସିରୋଲୋଜିକାଲ ଟେଷ୍ଟ କଣ ଓ ଏହା କିପରି ହୁଏ ।

ସିରୋଲୋଜିକାଲ ଟେଷ୍ଟ କ’ଣ?

 

– ଆଂଟିଜେନ୍ ଟେଷ୍ଟଠାରୁ ଭିନ୍ନ ସିରୋ ସର୍ଭେ ବା ସିରୋଲୋଜିକାଲ ଟେଷ୍ଟ

– ଆଂଟିଜେନ୍ ଟେଷ୍ଟରେ ବର୍ତ୍ତମାନ କରୋନା ସଂକ୍ରମଣ ବାବଦରେ ଜଣାପଡେ

– ସିରୋଲୋଜିକାଲ ଟେଷ୍ଟରେ କରୋନା ସଂକ୍ରମଣର ପୁରୁଣା ତଥ୍ୟ ଜଣାପଡିବ

– ପୂର୍ବରୁ କରୋନା ସଂକ୍ରମିତ ହୋଇ ଆଂଟିବଡି ବିକଶିତ ହୋଇଥିଲେ ଜାଣିହେବ

– ପ୍ରଥମେ କ୍ଲଷ୍ଟର, ପରେ ଘର ଓ ପୁଣି ବ୍ୟକ୍ତିଙ୍କ ନମୂନା ସଂଗ୍ରହ କରିବାକୁ ଲକ୍ଷ୍ୟ

– ସିରୋଲୋଜିକାଲ ଟେଷ୍ଟରେ ବ୍ୟକ୍ତିଙ୍କ ରକ୍ତ ନମୂନା ସଂଗ୍ରହ କରା ଯାଇଥାଏ

– କରୋନା ବିରୋଧରେ ପ୍ରତିରୋଧକ ଶକ୍ତି ବଢୁଛି ନା ନାହିଁ ଜଣା ପଡିଯିବ

– ପୁରୀରେ ସିରୋଲୋଜିକାଲ ଟେଷ୍ଟ ସରିବା ପରେ ଭୁବନେଶ୍ୱରରେ ଆରମ୍ଭ

– ଭୁବନେଶ୍ୱରରେ ୫ ହଜାର ନମୂନା ପରୀକ୍ଷା କରିବାକୁ ଆରଏମଆରସିର ଲକ୍ଷ୍ୟ

– ପ୍ରଥମେ ଅଢେଇ ହଜାର ଓ ପରେ ପୁଣି ଅଢେଇ ହଜାର ରିପିଟ ସର୍ଭେ ହେବ

– ଭୁବନେଶ୍ୱର ପରେ ଗଞ୍ଜାମ, କଟକ ଓ ଗଜପତିରେ ହେବ ଏହି ସିରୋ ସର୍ଭେ

ସମ୍ବନ୍ଧିତ ଖବର