ଭୁବନେଶ୍ୱର: ସମାଜସେବୀ ସ୍ୱର୍ଗତ ବିବେକାନନ୍ଦ ପଣ୍ଡାଙ୍କ ସ୍ମୃତିରେ ଆଜି ଭୁବନେଶ୍ବରସ୍ଥିତ ରେଡ୍କ୍ରସଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ରଙ୍କୁ ବିଶିଷ୍ଟ ସମାଜସେବୀ ଭାବେ ସମ୍ମାନିତ କରାଯାଇଛି। କେବଳ ଶରୀରିକ ସ୍ବାସ୍ଥ୍ୟ ନୁହେଁ, ମାନସିକ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହ ସ୍ବର୍ଗତ ପଣ୍ଡାଙ୍କ ନାମରେ ‘ବିବେକାୟନ’ର ସମାଜସେବା କାର୍ଯ୍ୟକୁ ଡା. ମହାପାତ୍ର ପ୍ରଶଂସା କରିଥିଲେ। ବାପାମାଆଙ୍କ ସେବା ପାଇଁ ମହେନ୍ଦ୍ର କୁମାର ସାହୁ ଓ ସୁନୀତି ସାହୁଙ୍କୁ ପୂର୍ବତନ ଆଇଏଏସ୍ ଅଫିସର ଆରତି ଆହୁଜା ସମ୍ମାନିତ କରିଥିଲେ। ପୂର୍ବତନ ଆଇଏଏସ୍ ଅଧିକାରୀ ନୀଳମାଧବ ମହାନ୍ତିଙ୍କୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ଡ. ଅରବିନ୍ଦ ବେହେରାଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ପୂର୍ବତନ ଉନ୍ନୟନ କମିସନର ଡ. ରବିନାରାୟଣ ସେନାପତି, ଡ. ଅରବିନ୍ଦ ବେହେରା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉଦ୍ବୋଧନ ଦେଇଥିଲେ। ପ୍ରାରମ୍ଭରେ ସାହିତ୍ୟିକ ତଥା ସାମ୍ବାଦିକ ଦିଲୀପ ମିଶ୍ର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କବି ସ୍ବର୍ଗତ ରମାକାନ୍ତ ରଥଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବର୍ଗତ ବିବେକାନନ୍ଦଙ୍କ ପିତା ଲକ୍ଷ୍ମୀଧର ପଣ୍ଡା ସଭା ପରିଚାଳନା କରିଥିଲେ
‘ବିବେକାୟନ’ ପକ୍ଷରୁ ସେବା ସମ୍ମାନ ସମାରୋହ
ସମାଜସେବୀ ସ୍ୱର୍ଗତ ବିବେକାନନ୍ଦ ପଣ୍ଡାଙ୍କ ସ୍ମୃତିରେ ଆଜି ଭୁବନେଶ୍ବରସ୍ଥିତ ରେଡ୍କ୍ରସଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ରଙ୍କୁ ବିଶିଷ୍ଟ ସମାଜସେବୀ ଭାବେ ସମ୍ମାନିତ କରାଯାଇଛି।
/sambad/media/media_files/2025/08/11/untitled-5-2025-08-11-06-21-18.jpg)