ଜାନକୀବଲ୍ଲଭଙ୍କ ଜୟନ୍ତୀରେ ସେବା କାର୍ଯ୍ୟ

ପୁରୁଣା ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମୋତ୍ସବ ସୁନ୍ଦରପଦାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶତାଧିକ ନିରାଶ୍ରିତ ଲୋକଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ସୁନ୍ଦରପଦା ଶ୍ମଶାନ ସଫେଇ କରାଯାଇଥିଲା। ସେବା ପ୍ରତିନିଧି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳମଣି ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ସମାଜସେବୀ କ୍ୟାପ୍‌ଟେନ ମନ୍ମଥ ରାଉତରାୟ, ସୁଜାତା ମହାପାତ୍ର, ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ମମତା ଦେବୀ, ସସ୍ମିତା ପାହାଡ଼ସିଂ, ଭୀମଟାଙ୍ଗି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଏସ୍. ପୃଷ୍ଟି, ପ୍ରୟାସ ଅନୁଷ୍ଠାନର ସଭ୍ୟ ତ୍ରିଲୋଚନ ସାହୁ, ରଞ୍ଜନ କୁମାର ପଣ୍ଡା, ଅରବିନ୍ଦ ମଲ୍ଲିକ, ଚିରଞ୍ଜୀବ ରେଡ୍ଡି ପ୍ରମୁଖ ଯୋଗଦେଇ ଥିଲେ।

ସମ୍ବନ୍ଧିତ ଖବର