ଆସନ୍ତାକାଲି ଠାରୁ ଟିକା ନେବେ ଲିଙ୍ଗରାଜଙ୍କ ସେବାୟତ, ବିଏମ୍‌ସି ହସ୍ପିଟାଲରେ ହେବ ଟିକାକରଣ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରର ସେବାୟତମାନେ ଆସନ୍ତାକାଲି ଠାରୁ ଦୈନିକ ୫୦ ଜଣ ଲେଖାଏଁ ହିସାବରେ ଟିକା ନେବେ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବିଏମ୍ସି‌ ହସ୍ପିଟାଲରେ ସେବାୟତଙ୍କ ଟିକାକରଣ ହେବ। ପ୍ରାୟ ୩ଶହ ସେବାୟତଙ୍କୁ କରାନା ଟିକା ଦିଆଯିବ। ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଏମ୍‌ସି କମିସନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ପ୍ରତିଦିନ ସକାଳ ୧୦ଟା ଠାରୁ ଏହି ଟିକାକରଣ ଆରମ୍ଭ ହେବ।

ସୂଚନାଯୋଗ୍ୟ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧ଲକ୍ଷ ୭ହଜାର ୬୭୮ଜଣ ଟିିକା ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରୁ ୪୪ହଜାର ୨୪୪ଜଣ ସ୍ୱାସ୍ଥ୍ୟକର୍ମୀ,  ୨୩ ହଜାର ୩୫୫ଜଣ ସମ୍ମୁଖ ଯୋଦ୍ଧା ଓ ୪୦ହଜାର ୭୯ଜଣ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି।

୩୧ଟି କେନ୍ଦ୍ରରେ ଦିଆଯାଉଛି ଟିକା। କ୍ୟାପିଟାଲ ହସ୍ପିଟାଲ ସମେତ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏମ୍‌ସରେ ରବିବାର ଓ ଅନ୍ୟ ଛୁଟିଦିବସ ବ୍ୟତୀତ ଅନ୍ୟ ସବୁଦିନ ଟିକାକରଣ କରାଯାଉଛି। ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର, ଗୁରୁବାର ଓ ଶନିବାର ଟିକାକରଣ କରାଯାଉଛି। ଏବଂ ସବୁ ଘରୋଇ ହସ୍ପିଟାଲରେ ରବିବାର ଓ ଅନ୍ୟ ଛୁଟିଦିନ ବ୍ୟତୀତ ସବୁଦିନ ଟିକାକରଣ କରାଯାଉଥିବା ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର