ଭୁବନେଶ୍ୱର: ଚୋରି ଅଭିଯୋଗରେ ଚନ୍ଦକା ଥାନା ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଚୋର ଗୋଷ୍ଠୀ ରାଜବାଟିକା ଆପାର୍ଟମେଣ୍ଟରେ ରହୁଥିବା ବିଜୟ ମହାନ୍ତିଙ୍କ ଘରୁ ବିଭିନ୍ନ ସାମଗ୍ରୀ ଲୁଟ କରିଥିଲେ। ସେହିଭଳି ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରୁ ମୋଟର ପମ୍ପ, ଗ୍ୟାସ ସିଲିଣ୍ଡର ଆଦି ଚୋରି କରିଥିଲେ। ପୁଲିସ ଘଟଣାର ତଦନ୍ତ ବେଳେ ଜାଣିବାକୁ ପାଇଛି ଚୋର ଦଳ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ସାମଗ୍ରୀ ଅନ୍ୟତ୍ର ବିକ୍ରି କରୁଥିଲେ।
ଅଭିଯୁକ୍ତମାନେ ହେଲେ ଚନ୍ଦକା ଥାନା ଦାରୁଠେଙ୍ଗା ପାଟନାସାହିର ଶିବ ସାହୁ, ନୂଆସାହିର ବିଶ୍ୱନାଥ ଦେହୁରୀ, ଜେଠୀସାହିର ଚନ୍ଦନ ମହାପାତ୍ର, ଶିମୁଳିପାଟଣାର ବଚନ ନାୟକ, ଆରତ ଜେନା, ଭୁଆସୁଣୀର ଧୀରେନ୍ଦ୍ର ଦେହୁରୀ ଓ ଜେଠୀସାହିର ପିଙ୍କୁ ବେହେରା।
ପୁଲିସ ଗୋଟିଏ ଲାପଟପ୍, ଗୋଟିଏ ସାମସଙ୍ଗ ଟ୍ୟାବ୍, ଗୋଟିଏ ସାମସଙ୍ଗ ମୋବାଇଲ୍ ଫୋନ୍, ୩ଟି ହାତଘଣ୍ଟା, ୨ଟି କ୍ୟାମେରା, ଗୋଟିଏ ୪-ଜି ହଟ୍ସ୍ପଟ୍, ୩ଟି ରୂପା ମୁଦ୍ରା, ଗୋଟିଏ ପେନ୍ଡ୍ରାଇଭ୍, ୧୪ଟି ମୋଟର ପମ୍ପ, ୯ଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ ଗ୍ରାଇଣ୍ଡର ଜବତ କରିଛି।