ମୋ’ପରିବାର ପକ୍ଷରୁ ସାତଦିନିଆ ରକ୍ତଦାନ ଶିବିର

ଭୁବନେଶ୍ବର: ମହାମାରୀ କରୋନା ପରିସ୍ଥିତିରେ ରାଜ୍ୟରେ ରକ୍ତ ଭଣ୍ଡାରଗୁଡ଼ିକରେ ରକ୍ତାଭାବ ଦେଖାଦେଇଛି। ଯାହା ଦ୍ବାରା ନିୟମିତ ରକ୍ତ ଆବଶ୍ୟକ କରୁଥିବା ଥାଲାସେମିଆ, ସିକିଲ୍‌ସେମିଆ ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସାରେ ନାନାଦି ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମୋ’ପରିବାର ତତ୍ତ୍ବାବଧାନରେ ଜୀବନବିନ୍ଦୁ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ସଚିନ ତେନ୍ଦୁଲକର ଇଣ୍ଡୋର୍ ହଲ୍‌ରେ ସାତଦିନିଆ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଆଜିଠାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଜୁଲାଇ ୩୦ ପର୍ଯ୍ୟନ୍ତ ଚାଲିବ।

ଏହି କାର୍ଯ୍ୟକ୍ରମ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଜେଡିର ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମୋ’ ପରିବାରର ଆବାହକ ଅରୂପ ପଟ୍ଟନାୟକ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ବିଜେଡିର ସାଧାରଣ ସଂପାଦକ ବିଶ୍ବଜିତ ମହାନ୍ତି, ପ୍ରଫୁଲ୍ଲ ସିଂହ ପ୍ରମୁଖଙ୍କ ଉଦ୍ୟମ ଓ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ସକାଳେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୭ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜୀବନବିନ୍ଦୁର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ଓ ରାଜ୍ୟ ସଂଯୋଜକ ବିଜୟ ନାୟକ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର