‘ସେଭେନ୍ ମାଇଣ୍ଡ୍‌ସେଟ୍‌ସ ଫର ସକ୍‌ସେସ, ହାପିନେସ୍‌ ଆଣ୍ଡ୍‌ ଫୁଲ୍‌ଫିଲ୍‌ମେଣ୍ଟ୍‌’ ଲୋକାର୍ପିତ

ଶ୍ରବଣ, ମନନ, ପ୍ରୟୋଗରେ ଜୀବନର ମୋଡ଼ ବଦଳେ

ଭୁବନେଶ୍ବର: ମନ ଭିତରେ ଥିବା ଅଜ୍ଞାନ ରୂପକ ଅନାବରଣକୁ ହଟାଇବା ପାଇଁ ଜ୍ଞାନ ଅର୍ଜନ କରିବାକୁ ପଡ଼ିବ। ଯେତେ ଗେରୁଆ ବସ୍ତ୍ର ପିନ୍ଧିଲେ, ମାଳା ଜପିଲେ, ଚାରି ଧାମ ବୁଲିଲେ, ମନ୍ଦିରରେ ପ୍ରାର୍ଥନା କଲେ ମଧ୍ୟ ଯଦି ମନ ଶୁଦ୍ଧ ନହୁଏ ତେବେ ସେସବୁର କିଛି ଅର୍ଥ ନଥାଏ। ଏଥିପାଇଁ ବାରମ୍ବାର ଜ୍ଞାନ ଶ୍ରବଣ କରିବା, ତାହାକୁ ମନନ କରିବା ଏବଂ ଜ୍ଞାନକୁ ବିଶ୍ବାସ ପୂର୍ବକ ପ୍ରୟୋଗ କରିପାରିଲେ ହିଁ ଜୀବନର ମୋଡ଼ ବଦଳିଯାଏ ବୋଲି କହିଛନ୍ତି ସ୍ବାମୀ ମୁକୁନ୍ଦାନନ୍ଦ। ଜଗତଗୁରୁ କୃପାଳୁ ଯୋଗ ଇଣ୍ଡିଆ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ବାମୀ ମୁକୁନ୍ଦାନନ୍ଦ ନିଜର ଇଂରାଜୀ ପୁସ୍ତକ ‘ସେଭେନ୍ ମାଇଣ୍ଡ୍‌ସେଟ୍‌ସ ଫର ସକ୍‌ସେସ, ହାପିନେସ୍‌ ଆଣ୍ଡ୍‌ ଫୁଲ୍‌ଫିଲ୍‌ମେଣ୍ଟ୍‌’କୁ ଲୋକାର୍ପିତ କରି ଏହା କହିଛନ୍ତି। ଏହି ଅବସରରେ ସ୍ବାମୀ ମୁକୁନ୍ଦାନନ୍ଦ ଜୀବନ ଉପଯୋଗୀ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ଶ୍ରୋତାଙ୍କୁ ସଚେତନ କରାଇଥିଲେ। ଉନ୍ମୋଚନ ବେଳେ ଇଂ ଦେବନାରାୟଣ ପାଲ୍‌, ମଧୁସୂଦନ ମିଶ୍ର, ଚିତ୍ତରଂଜନ ପ୍ରଧାନ, ପ୍ରଫେସର ଗଗନ ବିହାରୀ ଚଇନି, ଏସ୍‌.ଏନ୍‌ ତ୍ରିପାଠୀ ଓ ଡ. ହରପ୍ରସନ୍ନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର