ସ୍ବେରେଜ ବୋର୍ଡ ସର୍ବୋଚ୍ଚ ଯନ୍ତ୍ରୀ, ୱାଟକୋ ମହାପ୍ରବନ୍ଧକଙ୍କୁ ହାଜିରା ନିର୍ଦ୍ଦେଶ

କଟକ : ଭୁବନେଶ୍ବର ବଡ଼ଗଡ଼ କେନାଲ କଲୋନିରେ ବର୍ଜ୍ୟ ଜଳ ନିଷ୍କାସନରେ ଅବ୍ୟବସ୍ଥା ପ୍ରସଂଗକୁ ନେଇ ଦାୟର ମାମଲାରେ ସ୍ବେରେଜ ବୋର୍ଡ ସର୍ବୋଚ୍ଚ ଯନ୍ତ୍ରୀ ଓ ୱାଟକୋ ସାଧାରଣ ପରିଚାଳକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ କଲୋନିରେ ସ୍ବେରେଜ ଡ୍ରେନ୍ ଅବସ୍ଥାରେ ଉନ୍ନତି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି, ସେନେଇ ଅବଗତ କରିବାକୁ ଏହି ଦୁଇ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୭ ପୂର୍ବରୁ ସତ୍ୟପାଠ ଦାଖଲ କରାଯିବ। ଆବେଦନକାରୀ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ କରିପାରିବେ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର୍‌କେ ପଟ୍ଟନାୟକଙ୍କୁ  ନେଇ ଗଠିତ ଖଣ୍ଡପୀଠ ପୁରୁଷୋତ୍ତମ ବଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ରୁଜୁ ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର