ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ସେକ୍ସ ରାକେଟ ଠାବ ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଅନୈତିକ କାମ ଚାଲିଥିବା ଆଇ.ଆର.ସି ଭିଲେଜ ଏନ୍-୫ର ପ୍ଲଟ୍ ନମ୍ବର ୯୭ରେ ପହଞ୍ଚି ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଘଟଣା ସହିତ ସଂପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ମାନଙ୍କ ମଧ୍ୟରେ ଘର ମାଲିକ ମଧ୍ୟ ସାମିଲ ଅଛି। କଟକ ଜିଲ୍ଲାର ଜଗଦୀଶ ଚନ୍ଦ୍ର ଜେନା(୪୧), କେନ୍ଦୁଝର ଜିଲ୍ଲାର ଲିଟୁ ସେନାପତି ଓ ଭଦ୍ରକ ଜିଲ୍ଲାର ଦେବାଶିଷ ସ୍ୱାଇଁ (୩୩)କୁ ଗିରଫ କରାଯାଇଛି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/05/4eaa3509-fb93-470d-810d-e5112f982fe0-300x225.jpg)
ସୂଚନାଯୋଗ୍ୟ ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ବୁଧବାର ରାତି ପ୍ରାୟ ସାଢ଼େ ୯ଟା ବେଳେ କଟକ ରୋଡ୍ ଅଞ୍ଚଳରେ ଥିବା ବିଭିନ୍ନ ବାର୍ରେ ଚଢ଼ଉ କରି ଥିଲା। ଚଢ଼ଉ ବେଳେ ରିଓ୍ଵାଇଣ୍ଡ୍ ବାର୍ରୁ ୯ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେହିପରି କଟକ ରୋଡ୍ ଅଞ୍ଚଳରେ ଥିବା ଦୀପାଳି ଓ ଅଶୋକା ବାର୍ରେ ଅବକାରୀ ନିୟମ ପାଳନ କରାଯାଉ ନଥିବା ସଂପର୍କରେ ଚଢ଼ଉ ସମୟରେ ପୁଲିସ ଜାଣିବାକୁ ପାଇଥିଲା। ପୂର୍ବରୁ କଟକ ରୋଡ୍ରେ ଥିବା ପୂର୍ବରୁ ଏକାଧିକ ଡ୍ୟାନ୍ସ ବାର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ଅପରାଧ ବଢୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/4a8778ec-345a-402c-b386-9832efcbf094-1.jpg)