ଭୁବନେଶ୍ବର: ୮ ଦଫା ଦାବି ସହ ଶିକ୍ଷାନୁଷ୍ଠାନ ପରିସରରେ ସୁରକ୍ଷା ଓ ଶିକ୍ଷା ସମସ୍ୟାକୁ ନେଇ ଆଜି ଭାରତର ଛାତ୍ର ଫେଡେରେସନ୍(ଏସ୍ଏଫ୍ଆଇ) ପକ୍ଷରୁ ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଲେଶ୍ବର ଓ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ, ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତଙ୍କୁ ମାଗଣା ଶିକ୍ଷା, ଆର୍ଥିକ ଦୁର୍ବଳ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃତ୍ତି, ପୂର୍ଣ୍ଣ ଅନୁଦାନ ଓ ପୁରୁଣା ପେନସନ ପ୍ରଚଳନ, ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣଭଳି ଦାବି ଫେଡେରେସନ ପକ୍ଷରୁ କରାଯାଇଛି। ଆଜିର ସଭାପତି ଚନ୍ଦନ କାମିଲା, ସମ୍ପାଦକ ଚନ୍ଦନ ସାହୁ, କୋଷାଧ୍ୟକ୍ଷ ରାକ୍ଷୀ ସ୍ବାଇଁ ବିକ୍ଷୋଭର ନେତୃତ୍ବ ନେଇଥିଲେ।
୮ ଦଫା ଦାବିରେ ଏସ୍ଏଫ୍ଆଇର ବିକ୍ଷୋଭ
୮ ଦଫା ଦାବି ସହ ଶିକ୍ଷାନୁଷ୍ଠାନ ପରିସରରେ ସୁରକ୍ଷା ଓ ଶିକ୍ଷା ସମସ୍ୟାକୁ ନେଇ ଆଜି ଭାରତର ଛାତ୍ର ଫେଡେରେସନ୍(ଏସ୍ଏଫ୍ଆଇ) ପକ୍ଷରୁ ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
/sambad/media/media_files/2025/08/11/untitled-3-2025-08-11-06-16-24.jpg)