ଶୌର୍ଯ୍ୟଚକ୍ର ଧରି ଓଡ଼ିଶା ଫେରିଲେ ବୀରଙ୍କ ବାପା ମା’

ପୁଅ ପାଇଁ ଆମେ ଗର୍ବିତ: ସହିଦଙ୍କ ପରିବାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇ ଓଡ଼ିଶା ଫେରିଛନ୍ତି ସହିଦ ଏସ୍‌ଓଜି କମ‌ାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କ ବାପା ମା’। ଆଜି ଭୁବନେଶ୍ବର ବିମାନବନ୍ଦରରେ ସହିଦ ସୁଧୀରଙ୍କ ମା’ ଜଉନା ଟୁଡୁ ଓ ସହିଦ ଦେବାଶିଷଙ୍କ ମା’ ଛାୟା ସେଠୀ ଓ ପିତା ସନାତନ ସେଠୀଙ୍କୁ ସ୍ବାଗତ କରାଯାଇଥିଲା।

ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବା ବେଳେ ଏସ୍‌ଓଜି କମ‌ା‌ଣ୍ଡୋ ଓ ସହିଦଙ୍କ ଗାଁ ଲୋକମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ ଜଣାଇଥିଲେ। ଓଡ଼ିଶା ମାଟିରେ ପାଦ ଦେଉଦେଉ ସେମାନେ ସହିଦ ହୋଇଥିବା ବୀର ପୁଅଙ୍କ କଥା ମନେ ପକାଇ କାନ୍ଦି ପକାଇଥିଲେ। ତେବେ ଦେଶ ପାଇଁ ସହିଦ ହୋଇଥିବା ପୁଅଙ୍କ ପାଇଁ ରାଷ୍ଟ୍ରପତି ନିଜ ହାତରେ ଆମକୁ ଶୌର୍ଯ୍ୟଚକ୍ର ଦେଇଥିବାରୁ ଆମକୁ ବହୁତ ଖୁସି ଲାଗିଲା ଓ ଆମେ ଗର୍ବ ଅନୁଭବ କରୁଛୁ ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର