ଭୁବନେଶ୍ବର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ମୈତ୍ରୀବିହାରସ୍ଥିତ ଲେମନ୍ ଟ୍ରି ପ୍ରିମିୟରଠାରେ ୯ମ ‘ଶାମ୍ଭବୀ ପୁରସ୍କାର ୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନୂଆଦିଲ୍ଲୀ ୱାଟର୍ ଏଡ୍ ଇଣ୍ଡିଆ ଚିଫ୍ ଏକ୍ଜିକ୍ୟୁଟିଭ୍ ଭିକେ ମାଧବନ୍ ଉପସ୍ଥିତ ରହି ବିଶିଷ୍ଟ ସମାଜସେବୀ ତଥା ସ୍ବେଚ୍ଛାସେବୀ ସଂଗଠନ ‘ଆଶାଏଁ’ର ପ୍ରତିଷ୍ଠାତା ରତ୍ନାକର ସାହୁଙ୍କୁ ‘ଶାମ୍ଭବୀ ପୁରସ୍କାର ୨୦୨୨’ ପ୍ରଦାନ କରିଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ପାଇଁ ଶ୍ରୀ ସାହୁଙ୍କୁ ପୁରସ୍କାର ବାବଦରେ ୨ଲକ୍ଷ ୫୦ ହଜାର ଟଙ୍କା, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା, ସମ୍ମାନିତ ଅତିଥି ଭାବେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ର ଟ୍ରଷ୍ଟି ପାରମିତା ପଣ୍ଡା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ପ୍ରମୋଦ ମେକାପ, ଏସିଆନ୍ ଏଜ୍ ସ୍ପେସାଲ୍ କରେସ୍ପଣ୍ଡେଣ୍ଟ ଅକ୍ଷୟ ସାହୁ, ଏକ୍ସଆଇଏମ୍ ୟୁନିଭର୍ସିଟି ଏକାଡେମିକ୍ ଡିନ୍ ଡ. ସୁତାପ ପତି, ଆକ୍ସନ୍ ଏଡ୍ର ଆସୋସିଏଟ୍ ଡାଇରେକ୍ଟର ଦେବବ୍ରଦ ପାତ୍ର, ବିଆଇପିଏଫ୍ ସିଇଓ ଏବଂ ଟ୍ରଷ୍ଟି ଶୈଫାଳିକା ପଣ୍ଡା, ଜେଏନ୍ ଟାଟା ଟେକ୍ନିକାଲ୍ ଏଜୁକେସନ୍ର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଆଇପିଏଫ୍ର ଉପସଭାପତି ଅଶୋକ କୁମାର ବେହେରା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/39-8.jpg)